କଟକରେ ମଧୁବାବୁଙ୍କ ଜୟନ୍ତୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କଲେ ତାରକସି କାରିଗରଙ୍କ ଦକ୍ଷତା ଓ ସାଧାରଣ ସୁବିଧା କେନ୍ଦ୍ର

କଟକ: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ନୂତନ ନିଯୁକ୍ତି ସୃଷ୍ଟି ଲାଗି ତାରକସି କାରିଗରଙ୍କ ଲାଗି ଦକ୍ଷତା ଓ ସାଧାରଣ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କଟକରେ ଉର୍ଜା ଗଙ୍ଗା ଗ୍ୟାସ ପାଇପଲାଇନ ଦକ୍ଷତା ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି କେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଟକର ରୂପା ତାରକସି କାମ ସାରା ପୃଥିବୀ ବିଖ୍ୟାତ । ଓଡ଼ିଶାରେ ନୂତନ ନିଯୁକ୍ତି ସୃଷ୍ଟି ଲାଗି ତଥା ତାରକସି କାରିଗରଙ୍କ ଦକ୍ଷତା ବୃଦ୍ଧି ଓ ସାଧାରଣ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଡ଼ଜବସ୍ ଏକାଡ଼େମୀ ସହାୟତାରେ ଏନଏସଡ଼ିସି ଏବଂ ଜେମ୍ସ ଆଣ୍ଡ ଜଏଲାରୀ ସ୍କିଲ କାଉନସିଲ ଅଫ ଇଣ୍ଡିଆ ତାରକସି କାମ ସହିତ କାରିଗରମାନଙ୍କୁ ତାଙ୍କର ପାରମ୍ପରିକ ରତ୍ନଖଚିତ କାରିଗରୀ ଏବଂ ଅଳଙ୍କାର ନିର୍ମାଣ କୌଶଳକୁ ବିଶ୍ୱସ୍ତରରେ ବିସ୍ତାର କରିବାକୁ ସ୍ୱଦେଶୀ ଜ୍ଞାନକୌଶଳ ତାଲିମ ସୁବିଧା ଯୋଗାଉଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଉଦଘାଟନ କରିଥିବା ସୁବିଧା କେନ୍ଦ୍ର ଦ୍ୱାରା କାରିଗର ମାନେ ନିଜ ଦକ୍ଷତା ବୃଦ୍ଧି ଲାଗି ସୁବିଧା ପାଇବା ସହିତ ବିଶ୍ୱ ବଜାର ସହ ପରିଚିତ ହେବା ନିମନ୍ତେ ନିଶ୍ଚିତ ସୁବିଧା ଲାଭ କରିବେ । ସେହିପରି ଇ-କମର୍ସ ଓ ଅନଲାଇନ ମାର୍କେଟିଙ୍ଗ ସମ୍ବନ୍ଧୀୟ ଜ୍ଞାନକୌଶଳ ଆହରଣ କରିପାରିବେ । ଯାହାଦ୍ୱାରା କି କଟକର ପ୍ରସିଦ୍ଧ ତାରକସି କାରିଗରମାନେ ସ୍ୱାବଲମ୍ବୀ ହେବା ସହିତ ବିଶ୍ୱବଜାରର ଗ୍ରାହକଙ୍କ ସହିତ ପ୍ରତ୍ୟେକ୍ଷ ଭାବେ ଯୋଗାଯୋଗ କରିପାରିବେ ।