ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ଭାରତର ପ୍ରଥମ ସୌର ଉର୍ଜା ଚାଳିତ ଗାଁ ବାଂଚାରେ ‘ସୋଲାର୍ ପିଭି କୁକ୍ ଷ୍ଟୋଭ୍ ପ୍ରୋଜେକ୍ଟ’ର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ମଧ୍ୟପ୍ରଦେଶ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସୌର ଉର୍ଜାକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଗ୍ରାମୀଣ ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି । ସମ୍ପୂର୍ଣ୍ଣ ରୂପେ ସୌର ଉର୍ଜା ଚାଳିତ ବେତୁଲ ଗ୍ରାମ ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମରେ ସହଭାଗୀ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ୮୬ଟି ସୌର ପିଭି କୁକ ଷ୍ଟୋଭ୍ ଗରିବ ପରିବାରକୁ ପ୍ରଦାନ କଲେ
 ସୌର ପିଭି କୁକ ଷ୍ଟୋଭର ଲାଭାର୍ଥୀ ଶ୍ରୀମତି ଶାନ୍ତି ବାଇଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
 ବେତୁଲ ଠାରେ ଚାଷୀଙ୍କ ପାଇଁ ହଷ୍ଟେଲ ଓ ତାଲିମ ସୁବିଧା କେନ୍ଦ୍ରର ଶିଳାନ୍ୟାସ
 ଏହି ଅତ୍ୟାଧୁନିକ କେନ୍ଦ୍ର ଜୈବିକ କୃଷିକୁ ପ୍ରୋତ୍ସାହନ ଦେବ ଏବଂ କୃଷକଙ୍କୁ ସମୃଦ୍ଧ କରିବ
 ୨୦ ହଜାର ଚାଷୀଙ୍କୁ ନୂଆ ଜୈବିକ ଚାଷ ଉପରେ ଦିଆଯିବ ପ୍ରଶିକ୍ଷଣ

ସୋମବାର ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଭାରତର ପ୍ରଥମ ସୌର ଉର୍ଜା ଚାଳିତ ଗାଁ ବାଂଚାରେ ଓଏନଜିସିର ଦୁଇଟି ପ୍ରକଳ୍ପ ‘ସୋଲାର ପିଭି କୁକ୍ ଷ୍ଟୋଭ୍ ପ୍ରୋଜେକ୍ଟ’ ଓ ଚାଷୀଙ୍କ ପାଇଁ ‘ହଷ୍ଟେଲ ଓ ତାଲିମ ସୁବିଧା କେନ୍ଦ୍ର’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୌର ଉର୍ଜା ଚାଳିତ ଗ୍ରାମ ଭାବେ ବିକଶିତ କରାଯାଉଥିବା ବେତୁଲ ଠାରେ ପରିବାରକୁ ସୋଲାର ଚୂଲା ବିତରଣର ମଧ୍ୟ ଶୁଭାରମ୍ଭ କରିଛନ୍ତି । ସେ ଆଜିର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ୮୬ଟି ସୌର ପିଭି କୁକ ଷ୍ଟୋଭ୍ ଜିଲ୍ଲାର ଗରିବ ପରିବାରକୁ ପ୍ରଦାନ କରିଥିଲେ । ଶୁଭାରମ୍ଭ କରିବା ପରେ ଶ୍ରୀ ପ୍ରଧାନ ବାଂଚା ଗ୍ରାମର ଶ୍ରୀମତି ଶାନ୍ତି ବାଇଙ୍କୁ ସାକ୍ଷାତ୍ କରି ଏହି ବ୍ୟବସ୍ଥା ମହିଳାଙ୍କ ଜୀବନରେ ବିଶେଷ ଭାବରେ ପରିବର୍ତନ ଆଣିବା ସହ ଇଜ୍ ଅଫ୍ ଲିଭିଂକୁ ବଢାଇବା ସହ ତାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବ ବୋଲି କହିଥିଲେ । ଶ୍ରୀମତି ଶାନ୍ତି ବାଇଁ ଆଧୁନିକ ସୌରଚୁଲା ପାଇଁ ଖୁସିବ୍ୟକ୍ତି କରିଥିଲେ ।
ଭାରତ ଭାରତୀ ଶିକ୍ଷା ସମିତି ଦ୍ୱାରା ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ବାଂଚା ଗ୍ରାମପଂଚାୟତ ଠାରେ ସୌର ଉର୍ଜା ଚାଳିତ ପିଭି କୁକ୍ ଷ୍ଟୋଭ୍ ପ୍ରୋଜେକ୍ଟ ସ୍ଥାପିତ ହୋଇଛି । ଓଏନଜିସି ଦ୍ୱାରା ସହାୟତା ପ୍ରାପ୍ତ ଏବଂ ଆଇଆଇଟି ମୁମ୍ବାଇର ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି । ଅପରପକ୍ଷରେ ଶିଳାନ୍ୟାସ ହୋଇଯାଇଥିବା ଚାଷୀଙ୍କ ପାଇଁ ହଷ୍ଟେଲ ଓ ତାଲିମ ସୁବିଧା କେନ୍ଦ୍ର ଜୈବିକ କୃଷିକୁ ପ୍ରୋତ୍ସାହନ ଦେବ ଏବଂ କୃଷକଙ୍କୁ ସମୃଦ୍ଧ କରିବ । ୩ କୋଟିର ଆର୍ôଥକ ସହାୟତାରେ ୩.୪୫ ଏକର ଜମିରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ କେନ୍ଦ୍ରରେ ଏକସଙ୍ଗେ ୨୦ ହଜାର ଚାଷୀଙ୍କୁ ନୂଆ ପ୍ରଣାଳି ଉପରେ ପ୍ରଶିକ୍ଷଣ ଦିଆଯିବ । ସାର୍ବଜନୀନ ତୈଳ କମ୍ପାନୀର ସିଏସଆର ଅଧୀରେ ତିଆରି ହେଉଥିବା ବିକାଶମୁଖୀ ଯୋଜନାମାନ ଶିକ୍ଷା, ଜୈବିକ ଖତ, ଜୈବ-ଉର୍ଜା ଏବଂ କୃଷି କ୍ଷେତ୍ରରେ ଅପାର ସମ୍ଭାବନାର ଦ୍ୱାର ବେତୁଲ ଏବଂ ଆଖପାଖ ଅଂଚଳରେ ରୋଜଗାର ସୁଯୋଗ ଏବଂ ସାମାଜିକ ଓ ଆର୍ôଥକ ବିକାଶରେ ଅଭୁତପୂର୍ବ ଗତି ଦେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Union Minister dharmendra pradhan inagurates welfare projects of ONGC at Betul in MP