ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରି ଶୁଭେଚ୍ଛା ଜଣାଇଛନ୍ତି ।

ସେ କହିଛନ୍ତି, “ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ । ଆଜିର ଏହି ପବିତ୍ର ଦିନରେ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନକୁ ସୁରକ୍ଷିତ ରଖିବା ସହ ଆମ ସଂସ୍କୃତିକୁ ଆଗକୁ ନେବା ପାଇଁ ସଂକଳ୍ପ ନେବା । ବନ୍ଦେ ଉତ୍କଳ ଜନନୀ ।”