ମୋଦିଙ୍କ ସରକାର ସମୟରେ ଗରିବ ଲୋକଙ୍କୁ ସର୍ବାଧିକ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ୟୁପିରେ ଦଳୀୟ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ହାଥରସ/ଉତରପ୍ରଦେଶ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଗରିବ ଲୋକଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏବଂ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସବୁଠୁ ଅଧିକ ଲାଭ ଗରିବ ଲୋକଙ୍କୁ ମିଳିଛି ବୋଲି ରବିବାର ଉତରପ୍ରଦେଶର ହାଥରସ ଠାରେ ବୃଜ କ୍ଷେତ୍ରର ମଣ୍ଡଳ ଅଧ୍ୟକ୍ଷ ଏବଂ ମଣ୍ଡଳ ପ୍ରଭାରୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା ହେଉ କିମ୍ବା ଗରିବ କଲ୍ୟାଣ
ଯୋଜନା, ବିଜେପି ସରକାରରେ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ଲାଭ ସବୁଠ ଅଧିକ ଗରିବ ଲୋକଙ୍କୁ ମିଳିଛି । କରୋନା ସମୟରେ ଲୋକ ମାନଙ୍କୁ ଆବଶ୍ୟକ ଖାଦ୍ୟ ପ୍ରଦାନ କରାଯିବା ସହ ଆର୍ଥିକ ସୁବିଧା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତରପ୍ରଦେଶର ଜନତା ଏକ ଇମାନନ୍ଦାର ଚିନ୍ତନଶୀଳ ସରକାରର ଦମଦାର୍ କାମକୁ ଅନୁଭବ କରିଛନ୍ତି ।

 ବୃଜ କ୍ଷେତ୍ରର ମଣ୍ଡଳ ଅଧ୍ୟକ୍ଷ ଏବଂ ମଣ୍ଡଳ ପ୍ରଭାରୀ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
 ଦେଶରେ ଚାଷୀଙ୍କ ହିତ ଓ ଉନ୍ନତି ପାଇଁ ସମର୍ପିତ ମୋଦି ସରକାର
 ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ
 ଦେଶବାସୀଙ୍କୁ ‘ରାଷ୍ଟ୍ରୀୟ ଏକତା ଦିବସ’ର ଶୁଭକାମନା ଦେଲେ କେନ୍ଦ୍ରମନ୍ତ୍ରୀ
ସେହିପରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉତରପ୍ରଦେଶରେ ଡ଼ିଏପ୍ ସାରର ଅଭାବ ନାହ
ିଁ । ଏହି ପ୍ରସଙ୍ଗ ନେଇ ସେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ ଆଲୋଚନା କରିଛନ୍ତି । ଏବେ ଦେଶରେ ଡ଼ିଏପ୍ ସାରର ଅଭାବ ନାହିଁ ଏବଂ
ଉତରପ୍ରଦେଶରେ ମଧ୍ୟ ସାରର ଅଭାବ ହେବାକୁ ଦିଆଯିବ ନାହ ିଁ ବୋଲି ବିଭାଗୀୟ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ଚାଷୀଙ୍କ ହିତ ଓ ଉନ୍ନତି ପାଇଁ ସମର୍ପିତ ଅଛି । ଚାଷ ପାଇଁ ଉତରପ୍ରଦେଶ ସମେତ ଦେଶର ପ୍ରତ୍ୟେକ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଡ଼ିଏପ ସାର
ପହଁଚାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଉତରପ୍ରଦେଶର ଆଗରା ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ‘ରାଷ୍ଟ୍ରୀୟ ଏକତା ଦିବସ’ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦୃଢ ସଂକଳ୍ପ ଏବଂ ସଶକ୍ତ ଇଚ୍ଛାଶକ୍ତିର ପ୍ରତୀକ ଥିଲେ । ଅଖଣ୍ଡ ଭାରତ ଗଠନ ତଥା ଦେଶକୁ ସ୍ୱାଧୀନତା ଦେବାରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Union Minister dharmendra pradhan address at Mandal adhyakash and prabhari meeting at Hathras in Uttar Pradesh