ଦିବ୍ୟାଙ୍ଗଙ୍କ ପ୍ରତି ସମାଜର ଦାୟିତ୍ୱ ଓ ଆତ୍ମୀୟତାର ପରିଚୟ ଦେଇଛି ସାଧ୍ୱୀ ରିତମ୍ଭରାଜୀଙ୍କ ବାତ୍ସଲ୍ୟଗ୍ରାମ-ଧର୍ମେନ୍ଦ୍ର ପ୍ରଧାନ

ମଥୁରା ଠାରେ ଦିବ୍ୟାଙ୍ଗ ବିଦ୍ୟାଳୟ ‘ବୈଶିଷ୍ଟ୍ୟମ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ମଥୁରା/ନୂଆଦିଲ୍ଲୀ :  ସାଧ୍ୱୀ ରିତମ୍ଭରାଜୀଙ୍କ ବାତ୍ସଲ୍ୟଗ୍ରାମ ଦିବ୍ୟାଙ୍ଗଙ୍କ ପ୍ରତି ସମାଜର ଦାୟିତ୍ୱ ଓ ଆତ୍ମୀୟତାର ପରିଚୟ ଦେଇଛି ବୋଲି ଗୁରୁବାର ମଥୁରା ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବିଦ୍ୟାଳୟ ‘ବୈଶିଷ୍ଟ୍ୟମ’ର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା
ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଶ୍ରୀରାମ ମନ୍ଦିର ଭିତିପ୍ରସ୍ତର ସମୟରେ ପୂଜ୍ୟ ସରସଂଘଚାଳକଙ୍କ ଦ୍ୱାରା ସମାଜକୁ ରାମମୟ ଅଯୋଧ୍ୟା କରିବା ବିଷୟରେ କହିଥିଲେ । ସେହିପରି ଭାବରେ ସାଧ୍ୱୀ ରିତମ୍ଭରାଙ୍କ ବାତ୍ସଲ୍ୟଗ୍ରାମ ଭାରତର ପୌରାଣିକ ସଂସ୍କୃତି, ସଭ୍ୟତାର ଅନୁସରଣ କରିବା ସହ ରାମମୟ ସମାଜର ଏକ
ଦୃଷ୍ଟାନ୍ତ ଉଦାହରଣ ଭାବରେ ଉଭା ହେଉଛି ।

 ଓଏନଜିସିର ସିଏସଆର୍ ସହଯୋଗରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନିର୍ମାଣ ହେବ ଆବାସିକ ବିଦ୍ୟାଳୟ
 ରାମମୟ ସମାଜର ଦୃଷ୍ଟାନ୍ତ ଉଦାହରଣ ସାଧ୍ୱୀ ରିତମ୍ଭରାଙ୍କ ବାତ୍ସଲ୍ୟଗ୍ରାମ
 ଦିବ୍ୟାଙ୍ଗ ପିଲାମାନଙ୍କ ସହ ସମୟ ବିତାଇଲେ କେନ୍ଦ୍ରମନ୍ତ୍ରୀ
ସେ ଆହୁରି କହିଛନ୍ତି ଯେ ବାତ୍ସଲ୍ୟଗ୍ରାମ ବୃନ୍ଦାବନ ଠାରେ ତୈଳ ଓ ଗ୍ୟାସ ରାଷ୍ଟ୍ରାୟତ କମ୍ପାନୀ ଓଏନଜିସିର ସିଏସଆର୍ ସହଯୋଗରେ ସାଧ୍ୱୀ ରିତମ୍ଭରାଙ୍କ ପରମଶକ୍ତି ପୀଠର ସେବା ପ୍ରକଳ୍ପ ଅନ୍ତର୍ଗତ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସମର୍ପିତ ବୈଶିଷ୍ଟ୍ୟମ ଆବାସିକ ବିଦ୍ୟାଳୟ ଏବଂ ପୁନର୍ବାସ ପ୍ରଶିକ୍ଷଣ କେନ୍ଦ୍ରର ଶିଳାନ୍ୟାସ ହୋଇଯିବା ଆନନ୍ଦର
ବିଷୟ । ଏହି ବୈଶିଷ୍ଟ୍ୟମ କେନ୍ଦ୍ର ଭାରତର ବୈଦିକ ରୀତିନୀତି, ତପସ୍ୟା ଏବଂ ପରୋପକାରର ଆନନ୍ଦର ପ୍ରତିଫଳିତ କରୁଛି । ପ୍ରେମ ଏବଂ ପରୋପକାରର ଏହି ପବିତ୍ର ଭୂମି ବୃନ୍ଦାବନରେ ଏକ ପୂଣ୍ୟ କାର୍ଯ୍ୟକ୍ରମ ପାଇଁ ବାତ୍ସଲ୍ୟଗ୍ରାମକୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।
ପ୍ରେମ ଏବଂ ସମର୍ପଣର ଏହି ପୂଜ୍ୟଭୂମିରେ ଦିବ୍ୟାଙ୍ଗ ପିଲାଙ୍କ ପ୍ରତି ସମାଜର ଦାୟିତ୍ୱ ଏବଂ ଆତ୍ମୀୟତାର ଯଥାର୍ଥ କରିବା ସହ ଏହି ବୈଶିଷ୍ଟ୍ୟମ କେନ୍ଦ୍ର ଶାରୀରିକ ଏବଂ ମାନସିକ ବିକଳାଙ୍ଗ କାରଣରୁ ପରିତ୍ୟକ୍ତ ପିଲାମାନଙ୍କୁ ଶିକ୍ଷା, ଗୃହ ଏବଂ ତାଲିମ ଦେବା ଦ୍ୱାରା ସେମାନେ ଆତ୍ମନିର୍ଭର ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । କେବଳ ଏହି ଆଶ୍ରମ ନୁହେଁ ବରଂ ସମସ୍ତେ ସମାଜରେ ନିଜ ନିଜ ବ୍ୟବସ୍ଥାରେ ଦିବ୍ୟାଙ୍ଗ ତଥା ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଦାୟିତ୍ୱ ନେବା ପାଇଁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ବୈଶିଷ୍ଟ୍ୟମ କେନ୍ଦ୍ରର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ପ୍ରଧାନ ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ବିହଙ୍ଗମ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସେମାନଙ୍କ ସହ ସମୟ ମଧ୍ୟ ବିତାଇଥିଲେ ।