କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ NALCO ଗସ୍ତ

ଭୁବନେଶ୍ୱର : ମାନ୍ୟବର କେନ୍ଦ୍ର ସାଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି NALCO ଭବନ ଗସ୍ତ କରିଥିଲେ । ବାତ୍ୟା ଫନୀ ପରେ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଗସ୍ତ ଅବସରରେ, କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ଯୋଶୀ NALCO ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରୁଦ୍ରାକ୍ଷ ଚାରା ରୋପଣ କରିଥିଲେ ।

ଭୁବନେଶ୍ୱର ସ୍ଥିତ ନାଲ୍କୋ ଭବନରେ ମାନ୍ୟବର କେନ୍ଦ୍ର ସାଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ଏକ
ରୁଦ୍ରାକ୍ଷ ଚାରା ରୋପଣ କରୁଛନ୍ତି ।

NALCO ପ୍ରଶଂସା କରିବା ସହ ସେ କମ୍ପାନୀର କର୍ମଚାରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେମାନନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ କମ୍ପାନୀର ବଳିଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।