ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଲା କୋହଳ, ରାଜ୍ୟକୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । କରୋନା ସ୍ଥିତିକୁ ଦେଖି ସବୁ ରାଜ୍ୟ ସରକାରଙ୍କୁ ମିଳିଲା କ୍ଷମତା । କୋହଳ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ । ଜୁନ ୩୦ ଯାଏ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ ଅତ୍ୟାବଶ୍ୟକ ସାମଗ୍ରୀ ।

ସାମଗ୍ରୀ ଯୋଗାଣ, କଳାବଜାରୀ, ଅଭାବ, ମହଜୁଦ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ରାଜ୍ୟ ସରକାର । ସବୁ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।