ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ ହୋଇଛି । ଏହାକୁ ଉନ୍ମୋଚିତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପହଂଚିବା ପରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳୀ । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତ୍ରୀରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତି ଅନାବରଣ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ମଡ୍ୟୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପେ୍ଲକ୍ସ ଓ କ୍ୟାଥ ଲ୍ୟବ ଉଦଘାଟନ କରିଛନ୍ତି । ୨୦୦୩ ମସିହା ଜୁଲାଇ ୧୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍ସର ଶିଳାନ୍ୟାସ କରିଥିଲେ । ତାଙ୍କ ସ୍ୱପ୍ନକୁ ପୂରା କରିବା ସହ ଭୁବନେଶ୍ୱର ଏମ୍ସର ଉନ୍ନତିକରଣ ଦିଗରେ ଆଉ ପାଦେ ଆଗକୁ ଗତି ହୋଇଛି ।

ବାଜପେୟୀଙ୍କ ପ୍ରତିମୂର୍ତି ଅନାବରଣ ବେଳେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଅପିଲ କଲେ ହର୍ଷବର୍ଦ୍ଧନ । ଓଡ଼ିଶା ସରକାର ଆଉ ୨ଟି ମେଡିକାଲ କଲେଜ ପାଇଁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନିଷ୍ପତି ନେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।