ଅକ୍ଟୋବର ୧୪ରୁ ବଜେଟ୍‌ କାମ ଆରମ୍ଭ

ନୂଆଦିଲ୍ଲୀ: ଅକ୍ଟୋବର ୧୪ ତାରିଖରୁ ଆରମ୍ଭ ହେବ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ ତିଆରି କାମ । ଅର୍ଥ ମନ୍ତ୍ରାଳୟ ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ମନ୍ତ୍ରାଳୟକୁ ଅନ୍ୟ ପ୍ରସଙ୍ଗକୁ ଛାଡି ଆର୍ଥିକ ବୃଦ୍ଧିରେ ଅସ୍ଥିରତା ଏବଂ ରାଜସ୍ୱ ସଂଗ୍ରହରେ ହ୍ରାସ ପରି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିବାକୁ ପଡିବ । ଏହା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରର ଦ୍ୱିତୀୟ କାର‌୍ୟ୍ୟକାଳର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱିତୀୟ ବଜେଟ ହେବ ।

ଅର୍ଥ ମନ୍ତ୍ରାଳୟର ଆର୍ଥିକ ମାମଲା ବିଭାଗର ବଜେଟ ବିଭାଗର ବଜେଟ ସର୍କୁଲାର(୨୦୨୦-୨୧) ଅନୁସାରେ, ‘ ବଜେଟ ପୂର୍ବ ସଂସୋଧିତ ପୂର୍ବାନୁମାନକୁ ନେଇ ଅକ୍ଟୋବର ୧୪ ତାରିଖରୁ ବୈଠକ ଆରମ୍ଭ ହେବ’ । ଅର୍ଥ ସଚିବ ଏବଂ ଅନ୍ୟ ସଚିବଙ୍କ ସହ ଆର୍ଥିକ ପରାମର୍ଶଦାତାଙ୍କ ସହ ବୈଠକ ଶେଷ ହେବା ପରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ ଅନୁମାନକୁ ଅସ୍ଥାୟୀ ଭାବେ ଚୂଡାନ୍ତ ରୁପରେଖ ପ୍ରଦାନ କରାଯିବ । ବଜେଟ ପୂର୍ବରୁ ବସିବାକୁ ଥିବା ଏହି ବୈଠକ ଅକ୍ଚୋବର ୧୪ରୁ ନଭେମ୍ୱର ପ୍ରଥମ ସପ୍ତାହ ପର‌୍ୟ୍ୟନ୍ତ ଜାରି ରହିବ ।

ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ବଜେଟ ଫେବ୍ରୁଆରୀ ୧ ତାରିଖରେ ଆଗତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାର ଫେବ୍ରୁଆରୀ ଶେଷରେ ଆଗତ ହେଉଥିବା ବଜେଟର ପୁରୁଣା ପରମ୍ପରାକୁ ଶେଷ କରିଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରଥମ ଥର ପାଇଁ ୨୦୧୮-୧୯ର ବଜେଟ ଫେବ୍ରୁଆରୀ ୧ ୨୦୧୭ରେ ଆଗତ କରିଥିଲେ ।