ଷାଣ୍ମାସିକ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ; ୧୫ ଦିନ ମଧ୍ୟରେ ତଦନ୍ତ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:ଚଳିତ ବର୍ଷ ସାରା ରାଜ୍ୟରେ ଏକକ ଷାଣ୍ମାସିକ ପରିକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । କେତେକ ସ୍ଥାନରେ ପ୍ରଶ୍ନପତ୍ର ଅଭାବରୁ କଳାପଟାରେ ପ୍ରଶ୍ନ ଲେଖାଯାଇଥିଲା ।  ଏହି ତ୍ରୁଟିର ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । 

ଆଜି ଗଣ ଶିକ୍ଷା ବିଭାଗର ଆୟୋଜିତ ଏକ ବୈଠକରେ ସମସ୍ତ ତ୍ରୁଟିର ସମୀକ୍ଷା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗଣଶିକ୍ଷା ସଚିବ ତଥା କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଣଶିକ୍ଷା ବିଭାଗ ମଧ୍ୟ ପ୍ରଶ୍ନପତ୍ର ନିଅଂଟ ହେବାନେଇ ପ୍ରତିକ୍ରିୟା ରଖିଛି । ଆବଶ୍ୟକ ଠାରୁ ୧୪ ପ୍ରତିଶତ କମ ପ୍ରଶ୍ନପତ୍ର ଥିବାରୁ ସମସ୍ତେ ପାଇଲେନି ବୋଲି ବିଭାଗ କହିଛି ।