ଜାତିସଂଘର ମାନବାଧିକାର କାଉନସିଲ- UNHRCରୁ ବହିଷ୍କୃତ ହେଲା ଋଷ । ଜାତିସଂଘ ସାଧାରଣ ପରିଷଦରେ ଏନେଇ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ସପକ୍ଷରେ ୯୩ଟି ଦେଶ ଭୋଟ୍ ଦେଇଥିବା ବେଳେ ,୨୪ଟି ଦେଶ ପ୍ରସ୍ତାବକୁ ବିରୋଧ କରିଥିଲେ। ଭାରତ ଏଥର ମଧ୍ୟ ଭୋଟଦାନରୁ ବିରତ ରହିଥିଲା।ଭାରତ ସମେତ ୫୮ଟି ଦେଶ ଭୋଟଦାନରୁ ବିରତ ରହିଥିଲେ। ବୁଚା ନରସଂହାର ଘଟଣାକୁ ନେଇ ରୁଷକୁ ବିଭିନ୍ନ ଦେଶ ନିନ୍ଦା କରିଥିବା ବେଳେ, ରୁଷ ବିରୋଧରେ ଜାତିସଂଘରେ ଆସିଥିଲା ଏହି ପ୍ରସ୍ତାବ। ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବାରୁ ରୁଷକୁ ନିନ୍ଦା କରିଥିଲେ ବିଭିନ୍ନ ଦେଶ। ତେବେ ଋଷ ୟୁକ୍ରେନ ଉପରେ ମାସକରୁ ଅଧିକ ଦିନ ଧରି ଆକ୍ରମଣ ଜାରି ରଖିଛି।
Prev Post