ବେକାବୁ ହେଉଛି ବେକାରୀ :ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ବେକାବୁ ହେଉଛି ବେକାରୀ । ନିଯୁକ୍ତିର ସ୍ଥିତି ଯାହା  ସେଥିରେ ରାଜ୍ୟର ବେକାର ଯୁବକ ଯୁବତୀ ନକ୍ସଲ ହେବା ବଡକଥା ନୁହେଁ । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ କୋଟିଏ ୧୪ ଲକ୍ଷ ଲୋକ ଦାଦନ ଖଟୁଛନ୍ତୁ । ବେକାରୀ ସମସ୍ୟାକୁ ବିଧାନସଭାରେ ଆସିଥିବା ମୁଲତବୀ ପ୍ରସାବ ଆଲୋଚନାରେ ସରକାରଙ୍କୁ ଏମିତି ଢଙ୍ଗରେ ଘେରିଛନ୍ତି ବିରୋଧୀ । କହିଛନ୍ତି ରାଜ୍ୟରେ ୫ ଲକ୍ଷ ୨୩ ହଜାର ମଞ୍ଜୁରୀ ପ୍ରାପ୍ର ପଦବୀରୁ ୧ ଲକ୍ଷ ୩୫ ହଜାର ଖାଲି । ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ୬୪ ହଜାର ୨୧୧ ତାଲିମ ପାଇଛନ୍ତି ହେଲେ ନିଯୁକ୍ତି ମିଳିଛି ମାତ୍ର ୧୮ ପ୍ରତିଶତଙ୍କୁ । ଛୋଟମୋଟ ବେପାର ବନ୍ଦ । ଶିଳ୍ପ ସଂସ୍ଥାରେ ନିଯୁକ୍ତି ନାହିଁ । ମନରେଗା କମ କରୁନି । ଏମିତି ଶ୍ତିତିରେ ଏବେ ରାଜ୍ୟର ବେକାରୀ ସମସ୍ୟା ବୋଲି ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ସଦସ୍ୟ । ସେପଟେ ବିଭାଗୀୟମନ୍ତ୍ରୀ ପ୍ରେମାନନ୍ଦ ନାୟକ ବେକାରୀ ସମସ୍ୟାକୁ ସ୍ବୀକାର କରିଥିବାବେଳେ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ।