ନିର୍ମାଣାଧୀନ ହରିଦାସପୁର ପାରାଦୀପ ରେଳପଥ ବନ୍ଧ ଦବିଲା

କେନ୍ଦ୍ରାପଡା: ଦବିଲା ନିର୍ମାଣାଧୀନ ହରିଦାସପୁର ପାରାଦୀପ ରେଳପଥର ବନ୍ଧ । କେନ୍ଦ୍ରପଡା ମାର୍ଶାଘାଇ ଥାନା ଗୋସେଇଁ ବନ୍ଧ ନିକଟରେ ଦୁଇ ଶହ ମିଟର ବନ୍ଧ ଦବିଥିବା ସୂଚନା ରହିଛି । ଏଥିରେ ୪ ପରିବାର ପ୍ରଭାବିତ ହୋଇଥିବା ବେଳେ ଘଟଣାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ କେନାଲ ବ୍ରିଜ୍ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଳ ଲାଇନ ଦବିଯାଇଛି । ୪ଟି ଘରର କାନ୍ଥ ଫାଟିଥିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ନିମ୍ନମାନର କାମ ଯୋଗୁଁ ରେଳ ଲାଇନ୍ ଦବି ଯାଇଥିବା ଅଭିଯୋଗ ହୋଇଛି । ରେଳ ଲାଇନରୁ ଆପ୍ରୋଚ୍ ରୋଡ୍ ଦବି ଯାଇଥିବାରୁ ଏଭଳି ଘଟିଥିବା କୁହାଯାଉଛି।