ଘାଟି ତଳକୁ ଖସିଲା କାର୍‌: ୫ ମୃତ

ମସୁରୀ:ଉତ୍ତରାଖଣ୍ଡ ରାଜ୍ୟ ମସୁରୀଠାରୁ ପ୍ରାୟ ୪୦ କିଲୋମିଟର୍‌ ଦୂରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ କାର୍‌ ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ମଙ୍ଗଳବାର ସକାଳୁ ଟିହରୀ ଅନ୍ତର୍ଗତ ନୈନବାଗ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । କାର୍‌ ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ସ୍ୱ. ବୁଦ୍ଧିରାମଙ୍କ ପୁଅ ବାବୁରାମ ଗୌଡ଼, ବାବୁରାମଙ୍କ ସ୍ତ୍ରୀ ଦର୍ଶନୀ ଦେବୀ ଓ ପୁଅ ହାପି ଗୌଡ଼, ତୀଲକ ରାମଙ୍କ ଦୁଇ ନାତୁଣୀ ରୀନା ଓ ସାନୁ । ସେହିପରି ଆହତମାନେ ହେଲେ ଅଙ୍କୁଶ ଗୌଡ଼ ଓ ବବିତା । ସମସ୍ତଙ୍କ ଘର ଲାଖାମଣ୍ଡଳ ଅଂଚଳରେ ।

ଖବର ଲେଖା ଯିବା ବେଳକୁ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା । ଏୟାରଲିଫ୍ଟ ମାଧ୍ୟମରେ ସେମାନଙ୍କୁ ମେଡ଼ିକାଲ ନେବାକୁ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ବୁରାରାମ୍‌ ନାମକ ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।