ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ଓ୍ଵାସିଂଟନ : ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି । ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଛନ୍ତି । ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି ।