ଭାରତକୁ ଅଭିବାଦନ ଜଣାଇଲେ ଜାତିସଂଘର ମହାସଚିବ

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ବିପକ୍ଷରେ ଲଢ଼ିବା ନିମନ୍ତେ ଅନ୍ୟ‌ ଦେଶମାନଙ୍କୁ ସାହାଯ୍ୟ କରିଥିବାରୁ ଭାରତକୁ ଜାତିସଂଘର ମହାସଚିବ ଆଂଟୋନିଓ ଗୁଟେରେସ୍ ଅଭିବାଦନ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶକୁ ଭାରତ ମ୍ୟାଲେରିଆ ନିରାଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ପଠାଇବା ପରେ ଗୁଟେରେସ୍‌ ଅଭିବାଦନ ଜଣାଇଥିବା କଥା ତାଙ୍କ ମୁଖପାତ୍ରଙ୍କ ଠାରୁ ପ୍ରକାଶ।

ଶୁକ୍ରବାର ଦିନ ପ୍ରାତ୍ୟେହିକ ସାମ୍ବାଦିକ ସମ୍ମିଳନୀରେ ଆଂଟୋନିଓଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଲେ ଭୂତାଣୁ ବିପକ୍ଷରେ ସଂଗ୍ରାମ ନିମନ୍ତେ ମହାସଚିବ ଜାଗତିକ ଏକତା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଏହା ଅର୍ଥ ହେଉଛି ଯେଉଁ ଦେଶମାନେ ଅନ୍ୟ ଦେଶକୁ ସାହାଯ୍ୟ କରବା ସ୍ଥିତିରେ ଅଛନ୍ତି ସେମାନେ ସାହାଯ୍ୟ ଦିଅନ୍ତୁ। ସେ ଭଳି କରୁଥିବା ଦେଶମାନଙ୍କୁ ଆମେ ଅଭିବାଦନ ଜଣାଉଛୁ।

କରୋନାଭାଇରସ୍ ସଂକ୍ରମଣ ସମୟରେ ଅନ୍ୟ ଦେଶମାନଙ୍କୁ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବାରେ ଭାରତର ଉଦ୍ୟମ ଉପ‌ରେ ଗୁଟେରେସ୍‌ଙ୍କ ପ୍ରତିକ୍ରିୟା ସଂକ୍ରାନ୍ତ ଏକ ପ୍ରଶ୍ନର ଉତର ଦେଇ ସେ ଏଭଳି ଉତର ଦେଇଛନ୍ତି।