ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା – ଉମା ଭାରତୀ

ଉଜ୍ଜଳା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳକରିପାରିଛି -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି ସରକାର ଅନେକ ଗୁଡିଏ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ଉଜ୍ଜଳା ଯୋଜନା ସହ ପାଇଖାନା ସୁବିଧା, ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଦେବା ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପ୍ରାଥମିକତା । ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା । ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା ବୋଲି ଓଡିଶାର ଉଜ୍ଜଳା ହିତାଧିକାରୀ ମହିଳାଙ୍କ ସହ ଆଲୋଚନା ବେଳେ କହିଛନ୍ତି କେନ୍ଦ୍ରମବୀ ଉମା ଭାରତୀ । ସେହିପରି ପ୍ରଧାନମନ୍ତ୍ରୀ  ଉଜ୍ଜଳା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ବିଭିନ୍ନ ଜିଲ୍ଲାର ଉଜ୍ଜଳା ଯୋଜନାର ଲାଭାର୍ଥୀମାନେ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଘସିପୁରାର ଲାଭାର୍ଥୀ ଅନିମାରାଣୀ ରାଉତ ଗୀତ ଗାଇ ଉଜ୍ଜଳା ଯୋଜନାର ପ୍ରଶସ୍ତିଗାନ କରିଥିଲେ ।

ଉଜ୍ଜଳା ସ୍ୱାଭିମାନ ଉତ୍ସବ, ୩୦ ଜିଲ୍ଲାର ୫୦ ହଜାର ହିତାଧିକାରୀଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ 

 ଉଜ୍ଜଳା ହିତାଧିକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଲେ ଶୁଭେଚ୍ଛା, ଘସିପୁରାର ଅନିମାରାଣୀ ଗୀତ
ଗାଇ ଉଜ୍ଜଳାର କଲେ ପ୍ରଶସ୍ତିଗାନ
 ଉଜ୍ଜଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି
 ମାଁ ଆଖିରେ ଚୂଲି ଧୂଆଁ କଷ୍ଟକୁ ଅଙ୍ଗେ ନିଭେଇବା ଯୋଗୁଁ ମୋଦି ଉଜ୍ଜଳା ଯୋଜନା କଲେ
 ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମବୀ ଉଜ୍ଜଳା ଯୋଜନା ପହଂଚିସାରିଛି
 ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି

ଆଜି ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବ ତୃତୀୟ ସଂସ୍କରଣରେ ନୂଆଦିଲ୍ଲୀରେ ଭିଡିଓ
କନଫରେନ୍ସି ଦ୍ୱାରା ୫୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରଥିଲେ କେନ୍ଦ୍ରମନ୍ତ୍ରୀ  ଉମା
ଭାରତୀ ଓ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଉମା ଭାରତୀ କହିଥିଲେ ଯେ ୨୦୧୪ରେ ଆମ ସରକାର ଦାୟିତ୍ୱକୁ ଆସିବା ପରେ ଆମେ ଦେଶରେ ଅନେକ କିଛି ପରିବର୍ତନ କରିଛୁ । ମାତ୍ର ଆଜି ଉଜ୍ଜଳା ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳାମାନେ ପାଇଛନ୍ତି । ସେମାନଙ୍କୁ ଲାଭ ମିଳିଥିବାରୁ ଆଜି ମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଠୀ ହୋଇଛନ୍ତି ବୋଲି ସେ କହିଛନ୍ତି । ଉମା ଭାରତୀ କହିଛନ୍ତି ଯେ ରୋଷେଇ କରିବା ମହିଳାଙ୍କ ଏକ କଳା ଥିଲା । ପ୍ରଧାନମବୀ ମୋଦି ନିଜ ମାଙ୍କ କଷ୍ଟକୁ ସ୍ମରଣ କରିବା ପରେ ଦେଶର ହଜାର ହଜାର ମାଙ୍କ କଷ୍ଟ ସ୍ମରଣ କରି ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ ।
ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ସବୁଠୁ ସଫଳତମ ଯୋଜନା । ମହିଳାଙ୍କୁ ଏହି ଯୋଜନା କେବଳ ଲାଭ
ଦେଇନାହିଁ, ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମୋଦି ସରକାରଙ୍କ ବିନା ଏହା ସମ୍ଭବ ନଥିଲା । ଲକ୍ଷ ଲକ୍ଷ
ଲୋକଙ୍କ ପାଖରେ ଉଜ୍ଜଳା ପହଂଚିଛି । ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ ଆହୁରି ଲାଭ ମିଳିଥାଇ ପାରିଥାନ୍ତା
ବୋଲି ସେ କହିଛନ୍ତି ।
ସେହିପରି ଉମା ଭାରତୀ କହିଛନ୍ତି ଯେ ମହିଳାଙ୍କ ଆଖିରୁ ଲୁହ ପୋଛିବାର ବଡ ଯୋଜନା ହେଲା ଉଜ୍ଜଳା । ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା । ମହିଳାଙ୍କୁ ସ୧ାନ
ଦେଇ ଜଣେ ମହିଳାଙ୍କୁ ରକ୍ଷା ତଥା କ୍ୟାବିନେଟ ମନ୍ତ୍ରୀ  କରିବା ଏସରକାରର ଏକ ବଡ ପଦକ୍ଷେପ ବୋଲି ସେ
କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ କହିଥିଲେ ଯେ ଓଡିଶାର ୩୭ ଲକ୍ଷ ଘରେ ପ୍ରଧାନମବୀ ଉଜ୍ଜଳା
ଯୋଜନା ପହଁଚିସାରିଛି । ପ୍ରଧାନମନ୍ତ୍ରୀ  ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧୦୦ ରୁ ୨୦ ଜଣଙ୍କ ଘରେ ଏଲପିଜି
ସଂଯୋଗ ନଥିଲା । ମାତ୍ର ଆଜି ଓଡିଶାର ୭୫ ପ୍ରତିଶତ ଘରେ ଏଲପିଜି ସଂଯୋଗ ହେଲାଣି । ଓଡିଶାରେ ଗୋଟେ
ବି ଗରିବ ଘର ରହିବ ନାହିଁ, ଯା ଘରେ ପ୍ରଧାନମନ୍ତ୍ରୀ  ଉଜ୍ଜଳା ଯୋଜନା ପହଂଚିନଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଜି ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  ଶ୍ରୀ ପ୍ରଧାନ ଏବଂ ଉମା ଭାରତୀ ଓଡିଶାର ହିଞ୍ଜିଳି, ଘସିପୁରା,
ବାଲିଶଙ୍କରା, ମାହାଙ୍ଗା ଏବଂ ନବରଙ୍ଗପୁରର ଝରିଙ୍ଗାର ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଓଡିଶାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁରୁପଡା ଗାଁର ନର୍ମଦା ମହାରଣା, କେନ୍ଦୁଝର ଘସିପୁରାର
ବାଲିପାଳର ଅନିମାରାଣୀ ରାଉତ, ସୁନ୍ଦରଗଡ ବାଲିଶଙ୍କରାର କେତକୀ ଜନସେନା, କଟକ ମାହାଙ୍ଗାର ସୁକାନ୍ତି
ଦାସ, ନୟାଗଡ କଂଚନବିଲିର ଜୟନ୍ତୀ ପାଣିଗ୍ରାହୀ ଏବଂ ନବରଙ୍ଗପୁର ଜିଲ୍ଲା ଝରିଗାଁର ରତାଖଣ୍ଡିଗୁଡାର ସବିତା
ସାହୁ ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଉଜ୍ଜଳା ଯୋଜନାର ଲାଭାର୍ଥୀ ମାନେ କହିଥିଲେ ଯେ ଗ୍ୟାସ ନଆସିବା ପୂର୍ବରୁ ସେମାନେ ଗଛ କାଟି, କାଠ ଜାଳି
ଚୂଲା ମାଧ୍ୟମରେ ରୋଷେଇ କରୁଥିଲେ । ଏହାଦ୍ୱାରା ସେମାନଙ୍କୁ ବହୁତ ଅସୁବିଧାର ସ୧ୁଖୀନ ହେବାକୁ ପଡୁିଥିଲା ।
ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗୁଡୁଥିଲା । ମାତ୍ର ଉଜ୍ଜଳା ଯୋଜନାରେ ତାଙ୍କ ଘରେ ଗ୍ୟାସ ଆସିବା ପରେ ସେମାନେ

ଏଥିରୁ ମୁକ୍ତ ହେବା ସହ ସମୟ ବଂଚାଇପାରୁଛନ୍ତି । ସେହି ସମୟରେ ସେମାନେ ପରିବାର ଲୋକଙ୍କ ଯତ୍ନ ନେବା
ସହ ରୋଜଗାର ମଧ୍ୟ କରିପାରୁଛନ୍ତି । ଏବେ ପୁରୁଷଙ୍କ ଉପରେ ନିର୍ଭର ନକରି ସେମାନେ ନିଜେ ନିଜେ
ରୋଜଗାର କରିପାରୁଥିବା ଲାଭାର୍ଥୀମାନେ ପରିପ୍ରକାଶ କରିଥିଲେ ।
ଏହା ସହ ତନ୍ମଧ୍ୟରୁ ଜଣେ ଲାଭାର୍ଥୀ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇ ସେ ଯେପରି ଖୁସି ହୋଇଛନ୍ତି ସମସ୍ତ
ମହିଳା ମଧ୍ୟ ଖୁସି ହୋଇପାରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଅନ୍ୟ ଜଣେ ଲାଭାର୍ଥୀ ଉଜ୍ଜଳା ଯୋଜନା
ଉପରେ ପ୍ରସ୍ତୁତ ନିଜର ଗୀତକୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଙ୍କ ଆଗରେ ପରିବେଷଣ କରିଥିଲେ