ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ପାଇଁ ସମସ୍ତ ୟୁଜି (+୩ ) ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର। ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଦେଇଛନ୍ତି।

ତେବେ ବିକଳ୍ପ ମୂଲ୍ୟାୟନ ଜରିଆରେ ଏହି ପିଲାମାନଙ୍କର ରେଜଲ୍ଟ ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ। ଯେଉଁ ପିଲାମାନେ ଅଧିକ ମାର୍କ ଚାହିଁବେ ସେମାନେ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ୟୁଜିର ପ୍ରଥମ ଓ ଦ୍ୱିତୀୟ ବର୍ଷ ଏବଂ ପିଜିର ପ୍ରଥମ ବର୍ଷ ପରୀକ୍ଷା ବାତିଲ୍ କରିଦେଇଥିଲା। ହେଲେ ଏହାପରେ ଶେଷ ବର୍ଷର ଛାତ୍ରମାନେ ପରୀକ୍ଷା ବାତିଲ୍ କରିବାକୁ ଦାବି କରିଥିଲେ।