ମୁମ୍ଵାଇ:ମହାରାଷ୍ଟ୍ରରେ ରାତାରାତି ହୋଇଥିବା ରାଜନୈତିକ ପରିବର୍ତ୍ତନ ପରେ ଶିବସେନା ଏବଂ ଏନସିପି ମିଳିତ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଲୋକତନ୍ତ୍ର ନାଁରେ ଖେଳ ଚାଲିଛି । ସାରା ଦେଶ ଏହି ଖେଳ ଦେଖୁଛି । ଉଦ୍ଧବ ଠାକରେ ଦାବି କରିଛନ୍ତି ଯେ ବିଜେପି ଗୃହରେ ବହୁମତ ସାବ୍ୟସ୍ତ କରିପାରିବ ନାହିଁ । ଶିବସେନା ଯାହା କରୁଛି ଖୋଲାଖୋଲି କରୁଛି । ଉଦ୍ଧବ କହିଛନ୍ତି ଯେ ଆମେ ଜନାଦେଶର ସମ୍ମାନ କରିଛୁ କିନ୍ତୁ ସେମାନେ ଭାଙ୍ଗିବା କାମ କରୁଛନ୍ତି ଏବଂ ଆମେ ଯୋଡିବା କାମ କରୁଛୁ ।
ଏହା ପୂର୍ବରୁ ଏନସିପି ମୁଖ୍ୟ ଶରଦ ୱାପାର କହିଛନ୍ତି ସରକାର ଗଢିବା ପାଇଁ କଂଗ୍ରେସ, ଶିବସେନା ଏବଂ ଏନସିପି ନେତା ଏକା ସାଙ୍ଗରେ ଆସିଥିଲେ । ଆମ ପାଖରେ ସଂଖ୍ୟା ଥିଲା । ଆମର ବିଧାୟକମାନେ ସରକାର ଗଠନ କରିବା ନେଇ ସମର୍ଥନ କରିଥିଲେ । ଏହାସହ ସେ କହିଛନ୍ତି ଯେ ଅଜିତ ପାୱାରଙ୍କ ନିଷ୍ପତ୍ତି ପାର୍ଟିର ଲାଇନର ବିରୋଧରେ ଏବଂ ଅନୁଶାସନହୀନତା ଅଟେ । ଏନସିପି-ବିଜେପି ସରକାର ପକ୍ଷରେ କୌଣସି ଏନସିପି ନେତା ଏବଂ କର୍ମଙ୍କ ସମର୍ଥନ ନାହିଁ ।