କୁଶଭଦ୍ରାରେ ବୁଡ଼ିଗଲେ ୩ଯୁବକ

ନିମାପଡ଼ା: କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକ ମଙ୍ଗଳବାର ବୁଡ଼ି ଯାଇଥିବା ସୂଚନା ମିଳିଛି। ତିନି ଜଣ ଯୁବକ ନିମାପଡ଼ା ଧୀରପୁର ଘାଟରେ ବୁଡ଼ି ଯିବା ପରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ କର୍ମଚାରୀ ତଳାସି ଜାରି ରଖିଛନ୍ତି। ବୁଡ଼ି ଯାଇଥିବା ଛାତ୍ରମାନେ ପରୀକ୍ଷା ଶେଷ ହେବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।