ଚନ୍ଦ୍ର ଅଭିଯାନ ପଛରେ ଦୁଇ ମହିଳା

ଭୁବନେଶ୍ବର : ମହାକାଶରେ ମହିଳା ଶକ୍ତି ।ମିଶନ ଚନ୍ଦ୍ରଯାନ-୨ ଇତିହାସ ରଚିବାକୁ ଯାଉଛି । ଏଥିଲାଗି ଇସ୍ରୋର ପୂରା ଟିମ୍‌ର ନିଷ୍ଠା ତ ରହିଛି ତେବେ ସବୁଠୁ ବଡ କଥା, ମିଶନ ପଛରେ ରହିଛି ଦୁଇ ମହିଳା ବୈଜ୍ଞାନିକଙ୍କ ହାତ...

ଭୁବନେଶ୍ବର : ମହାକାଶରେ ମହିଳା ଶକ୍ତି ।ମିଶନ ଚନ୍ଦ୍ରଯାନ-୨ ଇତିହାସ ରଚିବାକୁ ଯାଉଛି । ଏଥିଲାଗି ଇସ୍ରୋର ପୂରା ଟିମ୍‌ର ନିଷ୍ଠା ତ ରହିଛି ତେବେ ସବୁଠୁ ବଡ କଥା, ମିଶନ ପଛରେ ରହିଛି ଦୁଇ ମହିଳା ବୈଜ୍ଞାନିକଙ୍କ ହାତ । ଚନ୍ଦ୍ରଯାନ-୨ ର ପ୍ରକଳ୍ପ ନିର୍ଦ୍ଦେଶକ ମୁଥୟା ବନିତା ଏବଂ ମିଶନ ନିର୍ଦ୍ଦେଶକ ରିତୁ କାରିଧାଲ ।କେବଳ ସେତିକି ନୁହେଁ ମିଶନ ପାଇଁ ାରତିଦିନ ଏକ କରିଥିବା ସମୁଦାୟ ଲୋକବଳର ୩୦ପ୍ରତିଶତ ହେଉଛନ୍ତି ମହିଳା ବୈଜ୍ଞାନିକ ଏବଂ ଇଞ୍ଜିନିୟର ।

ଚନ୍ଦ୍ରଯାନ ମିଶନର ଦାୟିତ୍ବରେ ଥିବା ଇସ୍ରୋର ପ୍ରଥମ ମହିଳା ପ୍ରକଳ୍ପ ନିର୍ଦ୍ଦେଶକ ମୁଥୟା ବନିତା ଜଣେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଇଞ୍ଜିନିୟର । ପ୍ରଥମେ ଏଗି ଗିରି ଦାୟିତ୍ବ ନେବାକୁ ବନିତା ମନା କରୁଥିଲେ। ତେବେ ତାଙ୍କର ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଥିଲେ ମିଶନ ଚନ୍ଦ୍ରଯାନ-୧ର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍‌. ଆନ୍ନଦୁରାଇ।

ଚନ୍ଦ୍ରୟାନ-୨ର ମିଶନ ନିର୍ଦ୍ଦେଶକ ରିତୁ କାରିଧାଲ ଭାରତର ମଙ୍ଗଳ ଅଭିଯାନ ପାଇଁ ଅପରେସନ୍ ଉପ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ରିତୁ କାରିଧାଲ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର । ଭାରତର ରକେଟ୍ ମହିଳା ଭାବରେ ମଧ୍ୟ ରିତୁ କାରିଧାଲ ପରିଚିତ । ମଙ୍ଗଳ ଅଭିଯାନ ଲାଗି ପୂର୍ବରୁ ସେ ଇସ୍ରୋ ଟିମ୍ ପୁରସ୍କାର ମଧ୍ୟ ପାଇଛନ୍ତି ।

ଉଭୟ ବନିତା ଏବଂ ରିତୁଙ୍କର କେବଳ ଦୁଇ ଦଶନ୍ଧିର ଅଭିଜ୍ଞତା ନାହିଁ, କଠିନ ଏବଂ ରାତିଦିନ କାମ କରିବାର ନିଷ୍ଠା ମଧ୍ୟ ରହିଛି ।

Spread the love
Categories
ଦେଶ-ବିଦେଶ

RELATED BY