ଡ୍ୟୁଟି ସମୟରେ ମଦ୍ୟପାନ ଘଟଣା : ୨ଟ୍ରାଫିକ କନେଷ୍ଟେବଳଙ୍କୁ ନିଲମ୍ବନ କଲେ ଡିସିପି

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଡ୍ୟୁଟି ସମୟରେ ଟ୍ରାଫିକ ପୋଲିସଙ୍କ ମଦ୍ୟପାନ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ଦୁଇ ଟ୍ରାଫିକ କନେଷ୍ଟେବଳଙ୍କୁ ଡିସିପି ଅନୁପ ସାହୁ ନିଲମ୍ବନ କରିଛନ୍ତି ।

ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ବେପାରୁଆ ହୋଇ ୨ଜଣ ଟ୍ରାଫିକ ପୋଲିସ କନେଷ୍ଟେବଳ ଭୁବନେଶ୍ୱର ରୁପାଲି ଛକରେ  ଡ୍ୟୁଟି କରୁଥିଲେ । ଏହା ସହ ସେମାନେ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ଘଟଣା ସାମନାକୁ ଆସିଥିଲା । ନିଜ ପୋଷ୍ଟଛାଡ଼ି ମଦ୍ୟପାନ କରୁଥିବାରୁ ଦୁଇ ଟ୍ରାଫିକ ପୋଲିସ କନେଷ୍ଟେବଳଙ୍କୁ ପ୍ରଥମେ କାରଣ ଦର୍ଶାଓ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ କୁହାଯାଇଥିଲା । ଏହା ପରେ ଆଜି ଭୁବନେଶ୍ୱର ଡିସିପି ଅନୁପ ସାହୁ ଦୁଇଜଣଙ୍କୁ ନିଲମ୍ବନ କରିଛନ୍ତି ।