୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ୨ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଛି । ଏଥିସହିତ ତାଙ୍କଠାରୁ ୨ଟି ରାଇଫଲ ଜବତ କରାଯାଇଛି । ନିହତ ୨ ଆତଙ୍କବାଦୀ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି । ତ୍ରାଲ ସେକ୍ଟରର ରେଖାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ଥିବା ନେଇ ଗତକାଲି ଅପରାହ୍ଣରେ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ। ଏହା ପରେ ୪୨ ରାଷ୍ଟ୍ରୀୟ ରାଇଫଲ୍‌ସ, ସିଆରପିଏଫ୍‌ ଓ ଏସଓଜିର ଯବାନମାନେ ମିଳିତ ଭାବେ ସନ୍ଧ୍ୟାରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ଏହା ଦୃଢ଼ ଜବାବ ଦେଇଥିଲେ। ରାତି ସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।