ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଶୁକ୍ରବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି।

ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତିପୋରାର ବ୍ରୋବୁନ୍ଦୁନା ଅଞ୍ଚଳରେ ଆତଙ୍କାବୀମାନେ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ଗୁରୁବାର ରାତିରୁ ସେଠାରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଶୁକ୍ରବାର ଭୋର ସମୟରେ ଯବାନଙ୍କ ସହିତ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଯବାନଙ୍କ ଉପରକୁ ଆତଙ୍କୀମାନେ ଗୁଳି ଚଳାଇଥିଲେ। ପ୍ରତ୍ୟୁତ୍ତରରେ ଯବାନମାନେ ପାଲଟା ଗୁଳି କରିବାରୁ ୨ ଜଣ ଆତଙ୍କୀ ଟଳିପଡ଼ିଥିଲେ।