ମଦୁଆ ବାପାର ଗାଳି ସହି ନପାରି ଝୁଲି ପଡିଲା ବଡ ଝିଅ, ବିଷ ପିଇଲା ସାନ

ମାଛ ଭାଜିବାକୁ ମନା କରିବାରୁ ମା’ କୁ ମାଡ ମାରିଲା ବାପା, ସହି ନପାରି ଆତ୍ମ ହତ୍ୟା ଉଦ୍ୟମ କଲେ ଦୁଇ ଭଉଣୀ  

ଭଦ୍ରକ : ସରସ୍ବତୀ ପୂଜା ରେ ଅଘଟଣ  ।  ଭଦ୍ରକ ଗ୍ରାମାଞ୍ଚଳ ଥାନା କ୍ଷୀରସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭଉଣୀଙ୍କ  ଆତ୍ମହତ୍ୟା  ଉଦ୍ୟମ କରିଛନ୍ତି  । ଏଥିରେ ସାନ ଭଉଣୀ ଭଉଣୀ ରୂପା ଦାଶ ମୃତ ହୋଇଥିବାବେଳେ ବଡ ଭଉଣୀ ମଧୁସ୍ମିତା ଦାଶ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।  ମଦୁଆ ବାପା ସରସ୍ବତୀ ପୂଜାରେ ଘରକୁ ମାଛ ଆଣି ରାନ୍ଧିବାକୁ ସେମାନଙ୍କ  ମାକୁ  ବାଧ୍ୟ  କରିଥିଲେ । ଦୁଇ ଭଉଣୀ ଓ ସେମାନଙ୍କ ମା ମାଛ ଭାଜିବାକୁ ମନା କରିବାକୁ   ମଦୁଆ ବାପା ସ୍ତ୍ରୀଙ୍କୁ  ନିସ୍ତୁକ  ମାଡ ମାରିଥିଲେ । ମାକୁ  ମାଡଖାଇବା ଦେଖି   ଦୁଇ ଭଉଣୀ  ସହି ପରିନଥିଲେ  ।  ଜଣେ ଫ୍ୟାନରେ  ଝୁଲି ପଡିବା ସହ ଅନ୍ୟ ଜଣେ ବିଷ ପିଇ ଆତ୍ମ ହତ୍ୟା କରିଥିବା ଅଭିଯୋଗ  ହୋଇଛି ।   ମଦୁଆ ବାପାର ଏଭଳି କାଣ୍ଡ  ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି