ରେଭେନ୍ସା ଛାତ୍ରୀ ଦୁର୍ଘଟଣା ମାମଲା: କର୍ତବ୍ୟରେ ଅବହେଳା ପାଇଁ ସସପେଣ୍ଡ ହେଲେ ୨ ପୋଲିସ କର୍ମଚାରୀ

କଟକ: କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । କର୍ତବ୍ୟରେ ଅବହେଲା ପ୍ରଦର୍ଶନ କରିଥିବା କାରଣରୁ ୨ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରାଯାଇଛି । ସୂଚନାନୁସାରେ, ଗତକାଲି ରେଭେନ୍ସା କଲେଜ ଛକ ନିକଟରେ ଦୁର୍ଘଟଣା...

କଟକ: କଟକ ରେଭେନ୍ସା କଲେଜ ଛାତ୍ରୀ ଦୁର୍ଘଟଣା ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । କର୍ତବ୍ୟରେ ଅବହେଲା ପ୍ରଦର୍ଶନ କରିଥିବା କାରଣରୁ ୨ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରାଯାଇଛି ।

ସୂଚନାନୁସାରେ, ଗତକାଲି ରେଭେନ୍ସା କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାକୁ ନେଇ ରେଭେନ୍ସା ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିବା ସହ କିପରି ଭାବେ ସହର ମଧ୍ୟକୁ ଭାରିଯାନ ଛଡାଗଲା ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ପଟେ ଟ୍ରାଫିକ ନିୟମ କଡା କଡି ପାଳନ କରାଯାଉଥିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଏପରି ସ୍ଥଳେ ଟ୍ରକକୁ କିପରି କମିଶନରେଟ ପୋଲିସ ସହର ମଧ୍ୟକୁ ଛାଡିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା ।

ଏହି ଘଟଣାପରେ ଆଜି ପୋଲିସ କମିଶନର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ କର୍ତବ୍ୟରେ ଅବହଳେ କରିଥିବା ଜଣେ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ସସପେଣ୍ଡ କରିଛନ୍ତି । ଏପରିକି ଆଉଜଣେ ହୋମ ଗାର୍ଡଙ୍କୁ ମଧ୍ୟ ନୋଟିସ ହୋଇଛି ।

Spread the love
Categories
ଓଡିଶା

RELATED BY

  • ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

    କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର...
  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...