ଭାରତୀୟ ସେନା ଗୁଳିରେ ୨ ପାକ୍ ସୈନିକ ନିପାତ

ନୂଆଦିଲ୍ଲୀ:ପାକିସ୍ତାନ ସେନାକୁ ଯୋରଦାର ଝଟକା ଲାଗିଛି । ପାକ୍ ସେନା ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା କଡା ଜବାବ ଦେଇଛି । ଏଥିରେ ୨ଜଣ ପାକ୍ ବର୍ଡର ଆକ୍ସନ ଟିମର ବା ବାଟ୍ ଯବାନ ନିପାତ ହୋଇଛନ୍ତି ।

ସୂଚାନନୁସାରେ, ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତିର ଖୁଲମଖୁଲା ଉଲଙ୍ଘନ କରୁଥିଲା । ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଥିଲା । ଏଥିରେ ୨ ଜଣ ପାକ୍ ବାଟ୍ ଯବାନ ନିହତ ହୋଇଥିଲେ । ଏନେଇ ସେନା ଏକ ଭିଡିଓ ଜାରି କରିଛି । ଯେଉଁଥିରେ ପାକ୍ ସେନାର କିଛି ଅଫିସର ନିହତ ଧଳା ପତାକା ଧରି ସେମାନଙ୍କ ଯବାନଙ୍କ ମୃତଦେହ ନେବାକୁ ଆସୁଛନ୍ତି ।