ସୁକମାରେ ୨ ନକ୍ସଲ ନିହତ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା

ଋାୟପୁର: ଛତିଶଗଡ଼ର ସୁକମା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ଜଣ ନକ୍ସଲପନ୍ଥୀ ନିହତ ହେବା ସହ ୧୫ ଜଣ ନକ୍ସଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼-ଓଡ଼ିଶା ପୋଲିସର ମିଳିତ କମ୍ବିଂ ସମୟରେ ଉଭୟ ମାଓବାଦୀ ଓ ପୋଲିସ ମଧ୍ୟରେ ପ୍ରବଳ ଗୁଳିଗୋଳା ବିନିମୟ ହୋଇଥିଲା । ଏହି ଏନକାଉଣ୍ଟର ବେଳେ ସ୍ପେଶାଲ ଟାସ୍କ ଫୋର୍ସଙ୍କୁ ସହଯୋଗ କରିଥିଲେ ଜିଲ୍ଲା ରିଜର୍ଭ ଗାର୍ଡ଼ର ସୁରକ୍ଷାକର୍ମୀ ।

ସୁକମା ଜିଲ୍ଲାର ମେଟାଗୁଦମ ଅଞ୍ଚଳରେ ରହିଥିବା ନକ୍ସଲ କ୍ୟାମ୍ପ ଉପରେ ସୁରକ୍ଷାବଳ ଅତର୍କୀତ ଆକ୍ରମଣ କରିଥିଲା । ଏହି କମ୍ବିଂ ସମୟରେ ଜଣେ ମହିଳା ୨ଜଣ ନକ୍ସଲବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ଜଣ ନକ୍ସଲପନ୍ଥୀ ଆହତ ହୋଇ ପୋଲିସ ଦ୍ୱାରା ଆହତ ହୋଇଛନ୍ତି । ତେବେ ସୂଚନାରୁ ପ୍ରାପ୍ତ ଖବର ଅନୁଯାୟୀ ଗୁରୁତର ଆହତ ହୋଇଥିବା ୧୨ଜଣ ନକ୍ସଲଙ୍କ ଅବସ୍ଥା ସଙ୍କଟାପନ୍ନ । ତେଣୁ ମୃତ୍ୟୁସଂଖ୍ୟା ଆହୁରି ୧୨କୁ ବୃଦ୍ଧି ଘଟିପାରେ । ନକ୍ସଲଙ୍କଠାରୁ ବିପୁଳ ପରିମାଣର ଗୁଳିଗୋଳା ସହିତ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇପାରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ସୁକମାରେ ୨ ଦିନ ପୂର୍ବରୁ ପୋଲିସ ଏନକାଉଣ୍ଟରରେ ୭ଜଣ ନକ୍ସଲ ନିହତ ହୋଇଥିଲେ । ପୋଲିସକୁ ପୁଣି ଏହି ସଫଳତା ମିଳିପାରିଛି, ଏବଂ ଏବେ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଛତିଶଗଡ଼ ପୋଲିସ ପରାମର୍ଶ ଦେଉଥିବା ସୂଚନା ମିଳିପାରିଛି ।