ଭାରତରେ କୋରୋନା ଭାଇରସ: ଦୁଇ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଚିହ୍ନଟ । ଦୁଇ ଜଣ ଯାତ୍ରୀଙ୍କ ଠାରେ ଏହି ନମୁନା ରହିଥିବା ରିପୋର୍ଟ ହୋଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସୂଚନା ।

ଜଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣେ ହାଇଦ୍ରାବଦରେ ଚିହ୍ନଟ ହୋଇଛନ୍ତି । ଉଭୟ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଯାଇଛି । ସେପଟେ ଉଭୟ ରୋଗୀଙ୍କୁ ତୀକ୍ଷ୍ଣ ନଜରରେ ରଖିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।ଭାରତରେ ଏହି ମାରାତ୍ମକ ଭାଇରସ ଚିହ୍ନଟ ହୋଇଛି ।

ତେଲେଙ୍ଗାନାର ହାଇଦ୍ରାବାଦ ବିମାନ ବନ୍ଦରରେ ଚିହ୍ନଟ ହୋଇଥିବା ଯାତ୍ରୀ ଜଣଙ୍କ ଦୁବାଇରୁ ଯାତ୍ରା କରିଛନ୍ତି । ସେହିପରି ଦିଲ୍ଲୀରେ ଚିହ୍ନଟ ହୋଇଥିବା ଯାତ୍ରୀ ଇଟାଲୀରୁ ଉଡ଼ାଣ ଭରିଥିବା ନେଇ ମିଳିଛି ସୂଚନା । କିନ୍ତୁ ବର୍ତମାନ ସୁଦ୍ଧା ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।