ଆନ୍ଧ୍ର ସୀମାରେ ଗୁଳି ବିନିମୟ, ୨ ମାଓବାଦୀ ଟଳିଲେ

ବିଶାଖାପାଟଣା:ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ମାଡ଼ିଗାମାଲୁ ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛି । ଘଟଣା ପରେ ଆନ୍ଧ୍ର ସୀମାନ୍ତ ଅଂଚଳରେ କମ୍ବିଂ ଅପରେସନ୍‌କୁ ଜୋର ଦାର କରାଯାଇଛି ।

ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ମାଡ଼ିଗାମାଲୁ ଜଙ୍ଗଲରେ ଆଜି ଭୋରୁ ମାଓବାଦୀ ଓ ସୁରକ୍ଷାବାହିନୀ ମୁହାଁମୁହିଁ ହୋଇଥିଲେ । ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବାରୁ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀକୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀଙ୍କ ପାଲଟା ଗୁଳିରେ ଦୁଇ ମାଓବାଦୀ ଟଳି ପଡ଼ିଛନ୍ତି । ଆନ୍ଧ୍ର ପ୍ରଦେଶ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ସହିତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଅନ୍ୟପକ୍ଷରେ ଓଡ଼ିଶା ସୀମାନ୍ତକୁ ମାଲକାନଗିରି ପୋଲିସ ସିଲ୍‌ କରିଦେଇଛି ।