୪୮ଘଣ୍ଟାରେ ଲଘୁଚାପ ନେବ ଅବପାତର ରୂପ : ଆସନ୍ତାକାଲିଠୁ ଓଡ଼ିଶାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା
ଗୋଟିଏ ସମୟରେ ଆରବସାଗର, ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ଵର : ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ୪୮ଘଣ୍ଟାରେ ନେବ ଅବପାତର ରୂପ। ଆଗାମୀ ୪୮ଘଣ୍ଟାରେ ଆଉରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଭାବରେ ୨୫ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ମଧ୍ୟ ରହିଛି ଯାହା ଓଡ଼ିଶାରେ ଆସନ୍ତାକାଲି ଠାରୁ ଘଡଘଡି ସାଙ୍ଗକୁ ବର୍ଷା କରାଇବା ସହ ଘନକୁହୁଡ଼ି କରାଇବ।
ଭାରତ ମହାସାଗର ତଥା ଏହାର ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୪୮ଘଣ୍ଟାରେ ଅବପାତର ରୂପ ନେବ। ଏହାର ଆସନ୍ତା ୪୮ଘଣ୍ଟାରେ ଆଉରି ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ। ଏହାସହ ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏକ ଘୁର୍ଣ୍ଣିବଳୟ ରହୁଥିବାରୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତାକାଲି କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଂଜାମ, ନବରଙ୍ଗପୁର ଓ ଯାଜପୁର ରେ ଘଡଘଡି ସାଙ୍ଗକୁ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖରେ ମଧ୍ୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି।
ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ପଶ୍ଚିମଦିଗ ଆଡ଼କୁ ମୁହାଁଇଥିବାରୁ ତାହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଅନ୍ୟପକ୍ଷରେ ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୩ ଓ ୨୪ ତାରିଖ ବେଳକୁ ତାମିଲନାଡ଼ୁରେ ଏବଂ ଆନ୍ଧ୍ରପ୍ରଦେଶରେ ୨୫ ଓ ୨୬ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
two low pressures impact heavy rain alto in south odisha