ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଲସ୍କରୀ ଇ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଂଟରଟି ଶନିବାର ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିଲା ।

ସୂଚନା ଅନୁସାରେ, ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଶୁକ୍ରବାର ରାତିରୁ ବିଜବାହାର ସଙ୍ଗମ ଆରମ୍ଭ ହୋଇଥିଲା ।ଏହି ଗୁଳିବିନିମୟ ସମୟରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହାସହ ଅପରେସନରେ ସିଆରପିଏଫ୍, ପୋଲିସ, ଆର୍ମି ପର୍ସନାଲ ନିୟୋଜିତ ଥିଲେ ।