ରାଜ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ,ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି

ଭୁବନେଶ୍ୱର: ରାଜ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ଏବଂ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି । ଆଜି ଉଭୟଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।


ବର୍ତ୍ତମାନ ରାଜ୍ୟ ମୁଖ୍ୟ ସୂଚନା କମିଶନର ଅଛନ୍ତି ସୁନୀଲ କୁମାର ମିଶ୍ର । ଆଜି ଦିଲୀପ ବିଶୋଇ ଏବଂ ବିକ୍ରମ ସେନାପତି ଦାୟିତ୍ୱ ନେବା ପରେ ରାଜ୍ୟ ସୂଚନା କମିଶନରଙ୍କ ପଦ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।