ରମଣ ମାଗାସେସ୍  ପୁରସ୍କାର  ପାଇଁ ଦୁଇ ଭାରତୀୟ ମନୋନୀତ

ଭୁବନେଶ୍ବର :  ସମ୍ମାନଜନକ ରମଣ ମାଗାସେସ୍  ପୁରସ୍କାର ପାଇବାକୁ ଦୁଇ ଭାରତୀୟ ମନୋନୀତ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାମନ ରଖିଥିବା ଏହି ଦୁଇ ଭାରତୀୟ ହେଲେ ଡକ୍ଟର ଭାରତ ଭଟ୍ଟୱାନି ଏବଂ ସୋନମ ୱାଙ୍ଗଚୁକ୍ । ଏମାନଙ୍କ ବ୍ୟତିତ ଆନ୍ୟ ୪ ଜଣ ମଧ୍ୟ ଏସୀୟ ନୋବେଲ କୁହାଯାଉଥିବା  ୨୦୧୮ ରମଣ ମାଗାସେସ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ସମାଜସେବୀ ତଥା ଚିକିତ୍ସକ  ଭାରତ ଭଟ୍ଟୱାନି ଫୁଟପାଥରେ ବଞ୍ଚୁଥିବା ହଜାର ହଜାର ମାନସିକ ଅନଗ୍ରସର ଶିଶୁଙ୍କ ଚିକିତ୍ସା ସହ ସେମାନଙ୍କୁ ସେମାନଙ୍କ ପରିବାର ସହ ପୁନର୍ମିଳନ ଲାଗି କାର୍ଯ୍ୟ କରିଆସୁଛନ୍ତି । ଭଟ୍ଟୱାନି ଓ ତାଙ୍କ ପତ୍ନୀ ରାସ୍ତାରେ  ଘର ପରିବାରରୁ ଅଲଗା ହୋଇ ବୁଲୁଥିବା ମାନସୀକ ଅନଗ୍ରସର  ଶିଶୁଙ୍କୁ ଉଦ୍ଧାରକରି ନିଜ କ୍ଲିନିକ୍‌କୁ ଆଣି ଚିକିତ୍ସା ପରେ ସହାୟତା କରିଆସୁଛନ୍ତି । ସୋନମ ୱାଙ୍ଗଚୁକ୍ ପ୍ରକୃତିର ସୁରକ୍ଷା ସହ ସଂସ୍କୃତି ର ସୁରକ୍ଷା ଏବଂ ସାମୁହିକ ବିକାଶରେ ଶିକ୍ଷା ଆଦି କ୍ଷେତ୍ର୍ରେ କାର୍ଯ୍ୟ କରିଆସୁଛନ୍ତି । ଏହି ଦୁଇ ଭାରତୀୟଙ୍କ ବ୍ୟତିତ ଫିଲିପାଇନ୍ସ ନାଗରିକ ହାୱାର୍ଡ ଡି, ପୂର୍ବ ଟିମର ବାସିନ୍ଦା  ମାରିଆ ଡି ନର୍ଡର୍ସ ମାର୍ଟିନ କ୍ରୁଜ୍, ଭିଏତନାମର  ଭୋ ଥି ହୋଆଙ୍ଗ ୟେନ୍ ଏବଂ କମ୍ବୋଡିଆର ୟୁକ୍ ଛାଙ୍ଗ । ସମାଜସେବା, ଶାନ୍ତି ଆଦି କ୍ଷେତ୍ରରେ ସମାଜପାଇଁ ଅବଦାନ ଲାଗି  ଏମାନଙ୍କୁ ମନୋନୀତ କରାଯାଇଛି ।