ଅସନ୍ତାକାଲି ବ୍ୟାଙ୍କ ଧର୍ମଘଟ; ମାତ୍ର ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ:ଅକ୍ଟୋବର ୨୨ରେ ଦେଶର ଅଧିକାଂଶ ବ୍ୟାଙ୍କରେ ଦୁଇଟି ୟୁନିୟନ ସହ ଜଡିତ ଥିବା କର୍ମଚାରୀ ଧାରଣାରେ ରହିବେ । ଏହାଛଡା ଦୀପାବଳି ଛୁଟି ପାଇଁ ବ୍ୟାଙ୍କ ଲଗାତାର ଚାରି ବନ୍ଦ ରହିବ । ଏହି ଧର୍ମଘଟରେ ବ୍ୟାଙ୍କ ଉପରେ ପ୍ରଭାବ ପଡିବାର ଅଧିକ ସମ୍ଭାବନା ରହିଛି । କିନ୍ତୁ ଆସ୍ୱସ୍ତିର କଥା ଏହା ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଥିରେ ସାମିଲ ହେବ ନାହିଁ । ଏସବିଆଇ ପକ୍ଷରୁ ଜାରି ହୋଇଥିବା ବୟାନରେ ବ୍ୟାଙ୍କ କହିଛି ଯେ ତାଙ୍କର ଏଠାରେ ଘର୍ମଘଟର ପ୍ରଭାବ ପଡିବନି ।

୧୦ ରାଷ୍ଟ୍ରାୟତ ବ୍ୟାଙ୍କ ବିଲୟର ବିରୋଧରେ ଅକ୍ଟୋବର ୨୨ ତାରିଖରେ ବ୍ୟାଙ୍କ ଧର୍ମଘଟ କରିବା ନେଇ ଘୋଷଣା କରିଥିଲେ ବ୍ୟାଙ୍କ ସଂଗଠନ । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ପରିସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଏହି ଧର୍ମଘଟକୁ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ସରକାର ୧୦ ରାଷ୍ଟ୍ରାୟତ ବ୍ୟାଙ୍କର ବିଲୟ କରି ୪ଟି ବଡ ବ୍ୟାଙ୍କ କରିବାର ନିଷ୍ପତ୍ତି ନେଇଥିଲେ । ବ୍ୟାଙ୍କ କର୍ମଚାରୀ ଏହାର ବିରୋଧ କରିଥିଲେ । ଆଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲା ।

ୟୁନିଅନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଆନ୍ଧ୍ର ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଅଣ୍ଟାଲ ବ୍ୟାଙ୍କ କମର୍ସ ଏବେ ବନ୍ଦ ହେବ । ଏହି ସବୁ ବ୍ୟାଙ୍କର କର୍ମଚାରୀମାନେ ଧାରଣାରେ ବସିବେ । ଏସବିଆଇ ଏହି ଧର୍ମଘଟରେ ସାମିଲ ହେବ ନାହିଁ ।