ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣା, ଦୁଇ ବ୍ୟବସାୟୀ ଗିରଫ

ଭୁବନେଶ୍ୱର:ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣାରେ ସଂପୃକ୍ତ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଦୁଇ ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍‌ଏନଙ୍କୁ ପଚରାଉଚରା କରିବା ପରେ ଡିଆର୍‌ଆଇ ଗିରଫ କରିଛି ।

ଗତକାଲି ହାୱଡ଼ାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନରେ ବେଆଇନ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ କୈାଣସି ସୂତ୍ରରୁ ଖବର ପାଇଥିଲା । ଫଳରେ ରାଜଗାଙ୍ଗପୁର- ଝାରସୁଗୁଡ଼ା ମଧ୍ୟରେ ଟ୍ରେନରେ ଚଢାଉ କରି ୧୧କେଜି ସୁନା ଜବତ କରାଯାଇଥିଲା । ଟ୍ରେନରୁ ୧୧୦ ଖଣ୍ଡ ସୁନା ଜବତ କରାଯିବା ସହିତ ଦୁଇ ବ୍ୟବସାୟୀଙ୍କୁ ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ଅଟକ ରଖିଥିଲା । ଜବତ ହୋଇଥିବା ୧୧ କିଲୋ ସୁନାର ମୂଲ୍ୟ ପ୍ରାୟ ୪କୋଟି ଟଙ୍କା ହେବା ବୋଲି ଅନୁମାନ କରାଯାଉଛି ।