ବିବାହ ବନ୍ଧନରେ କାମ୍ୟା ପଞ୍ଜାବୀ; ଫଟୋ ଭାଇରାଲ

ମୁମ୍ବାଇ: ଟେଲିଭିଜନ୍ ଆକ୍ଟ୍ରେସ୍ କାମ୍ୟା ପଞ୍ଜାବୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ବୟଫ୍ରେଣ୍ଡ ସଲଭ ଦଙ୍ଗଙ୍କୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ବିବାହ ସମୟରେ ସେ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ସଲଭ ଏକ ଗୋଲଡେନ୍ କଲରର ସେରୱାନୀ ପିନ୍ଧିଥିବାର ଦେଖିବାକୁ ମିଳିଛି ।

କିଛି ସମୟ ପୂର୍ବରୁ କାମ୍ୟାଙ୍କ ହଲଦୀ ଓ ମେହେନ୍ଦୀ ସେରିମନିର ଫଟୋ ଭାଇରାଲ ହୋଇଥିଲା । ଗତକାଲି ଉଭୟ ନିର୍ବନ୍ଧ କରିଥିଲେ । ଯାହାର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।