ନବମ ଶ୍ରେଣୀ ଝିଅକୁ ଅସଦାଚରଣ ଅଭିଯୋଗରେ ଟ୍ୟୁସନ ସାର ଗିରଫ

ଭୁବନେଶ୍ୱର : ନବମ ଶ୍ରେଣୀ ଝିଅକୁ ଅସଦାଚରଣ କିରିବା ୍ଅଭିଯୋଗରେ ଗିରଫ ହୋଇଛନ୍ତି ଟ୍ୟୁସନ ସାର । ଛାତ୍ରୀଙ୍କୁ ଛୁଟି ଦିନରେ ପାଠ ପଢାଇବାକୁ ଡାକି ଟ୍ୟୁସନ ସାର ଘର ଭିତରେ ପାଠ ପଢାଇବା ବଦଳରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ସାରଙ୍କୁ ଗିରଫ କରିଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଟ୍ୟୁସନ୍‌ ସାର୍‌ଙ୍କୁ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ୍‌ ଅଞ୍ଚଳର ପ୍ରଦୀପ କୁମାର ସାହୁ(୪୩)। ଏଠାରେ ଲକ୍ଷ୍ମୀସାଗର ଷ୍ଟେଜ୍-୧ ଅଞ୍ଚଳରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ଝାରପଡ଼ା ଅଞ୍ଚଳର ଜେରଣ ନବମ ଶ୍ରେଣୀର ଛାତ୍ରୀ ଟ୍ୟୁସନ୍ ପାଇଁ ପ୍ରଦୀପଙ୍କ ଘରକୁ ଆସୁଥିଲେ। ଦିନେ ଛୁଟିଦିନରେ ହଠାତ୍‌ ପ୍ରଦୀପ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ଡାକିଥିଲେ। ଛାତ୍ରୀ ଜଣଙ୍କ ଘରେ ପହଞ୍ଚିବା ପରେ ପ୍ରଦୀପ ପଢ଼ାଇବା ବଦଳରେ ତାଙ୍କ ସହ ଅସଦାଚରଣ କରିଥିଲେ। ଏ ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବା ରଲୋକ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି।