ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏ ନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ରୁ ସୂଚନା ମିଳିଛି । ୨୪ ଓ ୨୫ରେ ଗସ୍ତ ସମୟରେ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ମଧ୍ୟ ଆସିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ।
ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି। ଟ୍ରମ୍ପଙ୍କ ଗସ୍ତ ନେଇ ଜାନୁଆରି ୧୬ରେ କୂଟନୈତିକ ଆଲୋଚନା ହୋଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ଏନେଇ ଆଲୋଚନା କରିଥିଲେ । ଗତ ସେପ୍ଟେମ୍ବରରେ ଟେକ୍ସାସରେ ହାଓଡ଼ି ମୋଦି ଇଭେଂଟରେ ପ୍ରଧାନମନ୍ତ୍ରୀ ମୋଦି ଆମେ।ରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ।