ଅହମଦାବାଦ: ସାବରମତୀ ଆଶ୍ରମରେ ପହଂଚିଲେ ଟ୍ରମ୍ପ । ଉତରୀୟ ପିନ୍ଧାଇ ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରାଯାଇଛି । ଏହାପରେ ଟ୍ରମ୍ପ ଚରଖା ଚଲାଇବା ସହ ଏହା ସମ୍ପର୍କରେ ଜାଣିଥିଲେ । ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମଧ୍ୟ ଏହି ଚରଖା ଚଲାଇଥିଲେ । ଆଶ୍ରମ ବୁଲି ମଧ୍ୟ ଦେଖିଛନ୍ତି । ଆଶ୍ରମ ବିଷୟରେ ସବିଶେଷ ଜ୍ଞାନ ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।