ହ୍ୱାଇଟ୍‌ ହାଉସ୍‌ରେ ପାଳନ ହେଲା ଦୀପାବଳୀ

ନ୍ୟୁୟର୍କ:ଆମେରିକା ହ୍ୱାଇଟ୍‌ ହାଉସ୍‌ରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପ ଜଳାଇଛନ୍ତି । ଏହା ସହିତ ସେ ଆମେରିକାରେ ରହୁଥିବା ସବୁ ଧର୍ମର ଲୋକ ହିନ୍ଦୁ, ଜୈନ, ଶିଖ ଓ ବୌଦ୍ଧ ଲୋକଙ୍କୁ ଦୀପବଳୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ସୂଚାଉଛି ଯେ ଆମେରିକାରେ ସବୁ ଧର୍ମର ଲୋକଙ୍କୁ ଧର୍ମିକ ସ୍ୱାଧୀନତା ମିଳିଛି ବୋଲି ଟ୍ରମ୍ପ ଏହି ଅବସରରେ କହିଛନ୍ତି । 

ଟ୍ରମ୍ପ କହିଛନ୍ତି ଯେ ଧାର୍ମିକ ସ୍ୱତନ୍ତ୍ରତା ହେଉଛି ଆମେରିକାର ଗୋଟିଏ ସିଦ୍ଧାନ୍ତ । ଏହାର ପ୍ରଶାସନ ସମ୍ବିଧାନର ସବୁ ଧର୍ମର ଲୋକଙ୍କ ଅଧିକାରର ରକ୍ଷା କରିବାକୁ ସବୁ ଚେଷ୍ଟିତ ରହିବ । ଆମେରିକା ଏବଂ ଦୁନିଆରେ ରହୁଥିବା ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମର ଅନୁଗାମୀଙ୍କ ପାଇଁ ଏହି ପର୍ବ ଏକ ଅବସର ଅଟେ । ଏହି ପର୍ବ ଅନ୍ଧକାର ଉପରେ ଆଲୋକ, ଅଜ୍ଞାନ ଉପରେ ଞ୍ଜାନ, ମନ୍ଦ ଉପରେ ଭଲର ବିଜୟର ବାର୍ତ୍ତା ଦେଇଥାଏ । 

ଏହା ପୂର୍ବରୁ ସେ ଓବଲ୍‌ କାର୍ଯ୍ୟାଳୟରେ ଭାରତୀୟ ଓ ଆମେରିକୀୟ ଲୋକଙ୍କ ସହିତ ଦୀପାବଳୀ ପାଳନ କରିଛନ୍ତି । ଏଥିସହ ସେ ନିଜର ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ତରଫରୁ ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳୀର ଶୁଭକାମନା ଜଣାଇଛନ୍ତି ।