ବସ୍ କୁ ଧକ୍କା ଦେଲା ଟ୍ରକ୍‌: ୮ମୃତ, ୫୦ ଆହତ

ଭୋପାଳ: ଗତକାଲି ରାତିରେ ମଧ୍ୟପ୍ରଦେଶର ଗୁଣାଠାରେ ଗୋଟିଏ ବସ୍ କୁ ଟ୍ରକ୍ ଧକ୍କା ଦେବା ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ଜଣ ଆହତ ହୋଇଛନ୍ତି ।

ମହାରାଷ୍ଟ୍ରରୁ ଏହି ଶ୍ରମିକମାନେ ଟ୍ରକ୍ ଯୋଗେ ଉତ୍ତର ପ୍ରଦେଶସ୍ଥିତ ସେମାନଙ୍କ ଭିଟାମାଟିକୁ ଫେରୁଥିଲେ। ଗୁଣାର କ୍ୟାଂଟନମେଂଟ ଥାନା ଅଂଚଳରେ ଟ୍ରକ୍‌ଟି ବସ୍‌କୁ ଧକ୍କା ଦେଇଥିଲା। ଆହତମାନଙ୍କୁ ନିକଟବର୍ତୀ ଡାକ୍ତରଖାନାରେ ଭର୍ତି କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ରାତିରେ ଉତର ପ୍ରଦେଶର ମୁଜାଫର ନଗରରୁ ଚାଲି ଚାଲି ବିହାର ଯାଉଥିବା କେତେକ ପ୍ରବାସୀ ଶ୍ରମିକଙ୍କ ଉପରେ ଗୋଟାଏ ବସ୍ ଚଢ଼ିଯିବାରୁ ୬ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ରାତି ପ୍ରାୟ ୧୧ଟା ବେଳେ ମୁଜାଫରନଗର-ସାହରଣପୁର ରାଜ୍ୟ ରାଜପଥରେ ନଗର କୋଟୱାଲି ଠାରେ ଏହି ଦୁର୍ଘଟଣା ଘଟିଛି। ମୃତାହତ ଶ୍ରମିକମାନେ ଦିନ ମଜୁରିଆ ଭାବେ ପଞ୍ଜାବରେ କାମ କରୁଥିଲେ। ଲକ୍‌ଡାଉନ୍ ଯୋଗୁଁ ସେମାନେ ଚାଲି ଚାଲି ବିହାର ଅନ୍ତର୍ଗତ ଗୋପାଳଗଞ୍ଜରେ ଥିବା ସେମାନଙ୍କ ଘରକୁ ଫେରୁଥିଲେ।