ଟ୍ରଲର ବୁଡି ୩ ମତ୍ସ୍ୟଜିବୀ ନିଖୋଜ, ୨ ଉଦ୍ଧାର

ପାରାଦୀପ:ଦଶହରା ଅବସରରେ ପାରାଦୀପରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି। ମହାନଦୀ ମୁହାଣରେ ଏକ ଟ୍ରଲର ବୁଡି ୩ ଜଣ ମତ୍ସ୍ୟଜିବୀ ନିଖୋଜ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ପାରାଦୀପ ମହାନଦୀ ମୁହାଣରେ ଏକ ଟ୍ରଲର ମାଛ ଧରି ଫେରୁଥିବା ବେଳେ ଅଘଟଣ ଘଟିଛି। ନେହେରୁ ବଙ୍ଗଳା ନିକଟ ମୁହାଣରେ ଏକ ମାଛ ଧରାଳି ଟ୍ରଲର ବୁଡି ୩ ଜଣ ନିଖୋଜ ହୋଇଥିବା ବେଳେ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ୨ ମତ୍ସ୍ୟଜିବୀଙ୍କୁ ପାଖ ଟ୍ରଲରରେ ଥିବା ମତ୍ସ୍ୟଜିବୀମାନେ ଉଦ୍ଧାର କରିଛନ୍ତି। ସେହି ସମୟରେ ନିଖୋଜ ଥିବା ଅନ୍ୟ ୩ ଜଣଙ୍କୁ ମେରାଇନ ପୁଲିସ ଓ ଅନ୍ୟ ମତ୍ସ୍ୟଜିବୀମାନେ ତଲାଶି କରୁଛନ୍ତି। ତେବେ ମୁହାଣ ଅଶାନ୍ତ ଥିବା କାରଣରୁ ଟ୍ରଲରଟି ଲେଉଟି ପଡିଥିବା ଅନ୍ୟ ମତ୍ସ୍ୟଜିବୀମାନେ କହିଛନ୍ତି। ଏହି ଘଟଣା ପ୍ରାୟ ୨ଟା ୩୦ରୁ ଘଟିଥିଲେ ମଧ୍ୟ ଖବର ଲେଖାଯିବା ସୁଦ୍ଧା ପ୍ରଶାସନ ପକ୍ଷରୁ ନିଖୋଜ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ନାହିଁ।