ରାଜ୍ୟ ସଭାରେ ପାରିତ ହେଲା ତିନ ତଲାକ ବିଲ୍‌

ନୂଆଦିଲ୍ଲୀ: ସଂସଦରେ ମୋଦୀ ସରକାରଙ୍କ ପାଇଁ ବଡ ବିଜୟ ହୋଇଛି । ସୂଚନା ଅଧିକାରୀ ବିଲ୍‌  ପାରିତ ହେବା ପରେ ଏବେ ତିନ ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ପାରିତ ହୋଇଛି । ବିଭାଜନ ଜରିଆରେ ଏହି ବିଲ୍‌ ପାରିତ ହୋଇଛି । ରାଜ୍ୟସଭାରେ ତିନ ତଲାକ ବିଲ୍‌ ସପକ୍ଷରେ ୯୯ ଜଣ ସାସଂଦ ମତଦାନ କରିଥିବା ବେଳେ ବିପକ୍ଷରେ ୮୪ ଜଣ ମତଦାନ କରିଥିଲେ । ପୂର୍ବଥର ଏହା ରାଜ୍ୟ ସଭାରେ ପାରିତ ହୋଇ ପାରି ନଥିଲା । ମାତ୍ର ଚଳିତ ଥର ଏହା ପାରିତ ହୋଇଛି । ଏହା ପାରିତ (ପାସ୍‌)ହେବାରୁ ମୋଦୀ ସରକାରଙ୍କ ପାଇ ବଡ ବିଜୟ ହୋଇଛି । ସିଲେକ୍ଟ କମିଟିକୁ ଏହି ବିଲ୍‌ ପଠାଯିବା ବିରୋଧରେ ମତଦାନ ହୋଇଥିଲା । ପ୍ରସ୍ତାବ ପକ୍ଷରେ ୮୪ ଓ ବିପକ୍ଷରେ ୧୦୦ ଭୋଟ୍‌ ପଡିଥିଲା । ତେଣୁ ଏହାକୁ ସିଲେକ୍ଟ କମିଟି ନିକଟକୁ ପଠାଯାଇ ନଥିଲା ।

ପୂର୍ବରୁ  ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ ସପକ୍ଷରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଏସ୍‌ପିର ରାଜ୍ୟସଭା ସାସଂଦମାନେ ଗୃହତ୍ୟାଗ କରିଥିଲେ । ଟିଡିପି ଓ ଟିଆର୍‌ଏସ୍‌ ସାସଂଦମାନେ ଅନୁପସ୍ଥିତ ରହିଥିଲେ । ଏଆଇଡିଏମ୍‌କେର ରାଜ୍ୟ ସଭା ସାସଂଦମାନେ  ସିଲେକ୍ଟ କମିଟିକୁ ବିଲ୍‌ ପଠାଇବା ଦାବିରେ ଗୃହ ତ୍ୟାଗ କରିଥିଲେ । ସରକାରଙ୍କ ସହଯୋଗୀ ଜେଡିୟୁର ସାସଂଦମାନେ ପ୍ରଥମରୁ   ଗୃହ ତ୍ୟାଗ କରିଥିଲେ ।