ରକ୍ତ ମୁଖା ନାତି : ମଦ ନିଶାରେ ତିନିଜଣଙ୍କୁ କୋଦାଳରେ ହାଣିଦେଲା

କେନ୍ଦ୍ରାପଡା : ରକ୍ତମୁଖା ସାଜିଲା ସମ୍ପର୍କୀୟ ନାତି। ନିଶାଶକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ବସିଲା। ଗୋଡେଇ ଗୋଡେଇ କୋଦାଳରେ ଆକ୍ରମଣ କଲା । ଟଳି ପଡିଲେ ଗୋଟିଏ ପରିବାରର ତିନି ଜଣ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗଁ।ରେ ଅଭାବନୀୟ । ଶନିବାର ବିଳମ୍ବିତ ରାତିର ଘଟଣା । ଗଁ।ର ଦୁଇ ପରିବାର ଉପରେ ମାଡି ଆସିଥିଲା ବିପଦ । ରାତିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ ମଧୁସୂଦନପୁର ଗଁ।ର ଧୃବ ଦାସଙ୍କ ପୁଅ ଅମର ବିକ୍ରମ ଦାସ। ପତ୍ନୀଙ୍କୁ ମାରଧର କରିଥିଲେ। ଅମର ବିକ୍ରମଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ବାପା ଅକ୍ଷୟ ଓ ମା କେତକୀ। ଏଥିରେ ଉତକ୍ଷିପ୍ତ ହୋଇ ବାପା, ମା ଓ ପତ୍ନୀଙ୍କୁ ଆକ୍ରମଣ କରି ଲହୁଲହୁହାଣ କରି ପକାଇଥିଲେ। ଜୀବନ ବଞ୍ଚାଇ କୌଣସି ମତେ ଖସି ଆସିଲେ ଏହି ତିନିଜଣ। ଏତିକିବେଳେ ନିଶାଶକ୍ତ ଅମରଙ୍କ ହାବୁଡରେ ପଡି ଯାଇଥିଲେ ପଡୋଶୀ ଧୃବ ଦାସ, ତାଙ୍କ ପତ୍ନୀ ସରସ୍ବତୀ ଓ ତାଙ୍କ ବିବାହିତା ଝିଅ ପ୍ରତିମା। ଏହି ତିନି ଜଣଙ୍କୁ କୋଦାଳରେ ଆକ୍ରମଣ କରିଥିଲେ ଅମର । ଘଟଣା ସ୍ଥଳରେ ଟଳି ପଡିଥିଲେ ଧୃବ ଏବଂ ତାଙ୍କ ପତ୍ନୀ ସରସ୍ବତୀ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହେବା ସମୟରେ ଆଖି ବୁଜିଥିଲେ ସରସ୍ବତୀ। ହତ୍ୟାକାଣ୍ଡକୁ ନେଇ ଉଠିଛି ନାନା ପ୍ରଶ୍ନ। ଏହା କଣ ଯୋଜନାବଦ୍ଧ ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ପଛରେ ଆଉ କିଛି କାରଣ ଅଛି କି । ଅଭିଯୁକ୍ତ ଅମର ବିକ୍ରମର ସାନ ଭାଇକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ମୃତ ପଡୋଶୀ ଧୃବ ଏବଂ ସରସ୍ବତୀ। ସମ୍ପତି ଅଥବା ଜମିବାଡି ଲୋଭରେ ଏପରି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ବିକ୍ରମକୁ ପାଟକୁରା ପୋଲିସ କାବୁ କରି ତଦନ୍ତ କରୁଛି ।