ତ୍ରିକୋଣୀୟ ପ୍ରେମର କରୁଣ ପରିଣତି : ଏଚଡିଏଫସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ ହତ୍ୟାକାଣ୍ଡରେ ଡାକ୍ତର ଗିରଫ

ବ୍ରହ୍ମପୁର: ଏଚଡିଏଫସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ହତ୍ୟାକାରୀ ଡାକ୍ତର ହୃଷିକେଶ ତ୍ରିପାଠୀ ଗତକାଲି ଭୁବନେଶ୍ୱରରୁ ଧରାପଡ଼ିବା ପରେ ଆଜି ପୁଲିସ୍ ସମସ୍ତ ଘଟଣାର ପର୍ଦ୍ଦାଫାଶ୍ କରିଛି । ଏକ ତ୍ରିକୋଣୀୟ ପ୍ରେମ ମାମଲାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହିଛି । ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପିକାନ ମିଶ୍ର କହିଛନ୍ତି ଯେ, ଗାୟତ୍ରୀ କ୍ଲିନିକ୍ରେ କାର୍ଯ୍ୟରତ ନର୍ସ ସହ ବିଷ୍ଣୁଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ବେଳେ କ୍ଲିନିକ୍ରେ ସେ କାର୍ଯ୍ୟରେ ଯୋଗ ଦେବା ପରେ ଡାକ୍ତରଙ୍କ ସହ ମଧ୍ୟ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ବିଷ୍ଣୁଙ୍କୁ ନର୍ସ ପାଖରୁ ଦୂରେଇବା ପାଇଁ ଡାକ୍ତର ଯଥା ସମ୍ଭବ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ରକ୍ତମୁଖା ହୋଇ ବିଷ୍ଣୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ । ଗତ ୧୯ ତାରିଖରେ ବିଷ୍ଣୁଙ୍କୁ ନିଶା ନିବାରଣ ପାଇଁ ଏକ ଇଞ୍ଜେକ୍ସନ ଦେବା ବାହାନାରେ ଡାକ୍ତର ନିଜ କ୍ଲିନିକ୍ର ଉପର ମହଲାକୁ ନେଇଥିଲେ ଏବଂ ଚତୁରତାର ସହ ଏକ ବିଷ ଇଜେଞ୍ଜକ୍ସନ ଦେଇଥିଲେ । ଏଥିରେ ବିଷ୍ଣୁ ପ୍ରାଣ ହରାଇବା ପରେ ଡାକ୍ତର ଦୁଇଟି ଅପରେସନ ବ୍ଲେଡ୍ରେ ତାଙ୍କ ଶରୀରରୁ ମୁଣ୍ଡ ଓ ଦୁଇଟି ଗୋଡ଼କୁ ଅଲଗା କରିଥିଲେ । ବ୍ଲେଡ ଓ ଗ୍ଲୋବ୍ ପୁଲିସ୍ ଜବତ କରିଛି । ବିଷ୍ଣୁଙ୍କୁ ହତ୍ୟା କରିବା ପରେ ଡାକ୍ତର ନିଖୋଜ ହୋଇଯାଇଥିଲେ । ସେ ଭୁବନେଶ୍ୱର ଓ ପୁରୀରେ ଆତ୍ମଗୋପନ ପାଇଁ ଘୁରି ବୁଲୁଥିଲେ ହେଁ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଫଟୋ ପ୍ରକାଶିତ ହୋଇଥିବାରୁ ତାଙ୍କ କୌଣସି ସମ୍ପର୍କିୟ ଆଶ୍ରୟ ଦେଇ ନ ଥିଲେ । ଏହାପରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରି ବ୍ରହ୍ମପୁର ଆଣିଥିଲା ।

ତ୍ରିକୋଣୀୟ ପ୍ରେମ ମାମଲାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହିଛି
ଗାୟତ୍ରୀ କ୍ଲିନିକ୍ରେ କାର୍ଯ୍ୟରତ ନର୍ସ ସହ ବିଷ୍ଣୁଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା
କ୍ଲିନିକ୍ରେ ସେ କାର୍ଯ୍ୟରେ ଯୋଗ ଦେବା ପରେ ଡାକ୍ତରଙ୍କ ସହ ମଧ୍ୟ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା
ବିଷ୍ଣୁଙ୍କୁ ନର୍ସ ପାଖରୁ ଦୂରେଇବା ପାଇଁ ଡାକ୍ତର ଯଥା ସମ୍ଭବ ଉଦ୍ୟମ କରିଥିଲେ
ବିଫଳ ହେବା ପରେ ରକ୍ତମୁଖା ହୋଇ ବିଷ୍ଣୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ
୧୯ ତାରିଖରେ ବିଷ୍ଣୁଙ୍କୁ ବିଷ ଇଜେଞ୍ଜକ୍ସନ ଦେଇଥିଲେ
ଅପରେସନ ବ୍ଲେଡ୍ରେ ତାଙ୍କ ଶରୀରରୁ ମୁଣ୍ଡ ଓ ଦୁଇଟି ଗୋଡ଼କୁ ଅଲଗା କରିଥିଲେ