ଭୁବନେଶ୍ୱର : ଆଜି ଯାଜପୁର ଜିଲ୍ଲାର ୩ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ଯାଜପୁରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଜଣେ ଦଶରଥପୁର ବ୍ଲକର ଡାହାଣହତା ପଞ୍ଚାୟତ ଦେଓପଦାର ୬୫ ବର୍ଷିୟ ବ୍ୟକ୍ତି ହୋଇଥିବା ବେଳେ ସେ ନିକଟରେ କୋଲକାତାରୁ ଫେରିଥିଲେ।
ସେହିପରି ଉକ୍ତ ବ୍ଲକର କଟିକଟା ପଞ୍ଚାୟତରେ ଅନ୍ୟ ଦୁଇ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କି ଏଠାରେ ଚିହ୍ନଟ ହୋଇଥିବା ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ। ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ଓ ଯାଜପୁର ଜିଲ୍ଲା ୨ୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ବଜାୟ ରହିଛି।