୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ କରୋନା ଆକ୍ରାନ୍ତଙ୍କ ବିବରଣୀ ସାମ୍ନାକୁ ଆସିଛି । ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ନେଳିଆବାଗ ଅଂଚଳର । ରାଜ୍ୟର ୬୧ ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪ ଜଣ ଆସିଛନ୍ତି । ସେମାନେ ହେଲେ ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର କରୋନା ଆକ୍ରାନ୍ତ । ଏମାନେ ଥିଲେ ସଂପୃକ୍ତ ଆକ୍ରାନ୍ତଙ୍କ ପଡୋଶୀ । କୁହାଯାଉଛି ଯେ, ୬୧ ନମ୍ବର କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି । ନେଳିଆବାଗ ଅଂଚଳରେ ରାଜ୍ୟର ୧୦୮ ତମ କରୋନା ଆକ୍ରାନ୍ତ ରୁହନ୍ତି । ସେ ହେଉଛନ୍ତି ୭୯ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ ।

ରାଜ୍ୟର ୧୦୪ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୨୨ ବର୍ଷୀୟ ଯୁବତୀ । ଲକଡାଉନ ଘୋଷଣା ହେବା ପରେ ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ୧୯ରୁ ୨୬ ଯାଏଁ କଂଟେନମେଂଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।


ନେଳିଆବାଗର ୫୫ ବର୍ଷୀୟ ମହିଳା ହେଉଛନ୍ତି ରାଜ୍ୟର ୧୦୫ ନମ୍ବର କରୋନା ଆକ୍ରାନ୍ତ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ମଧ୍ୟ କଂଟେନମେଂଟ ଜୋନରେ ଏପ୍ରିଲ ୧୯ରୁ ୨୬ ଯାଏଁ ଥିଲେ । ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏପ୍ରିଲ ୨୭ରେ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟର ୧୦୬ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୩ ବର୍ଷୀୟ ଯୁବତୀ । କିନ୍ତୁ ୧୦୭ ନମ୍ବର କରୋନା ଆକ୍ରନ୍ତ ହେଉଛନ୍ତି ଜଣେ ୨୭ ବର୍ଷିଅ ଯୁବକ । ସେମାନେ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେମାନେ ୧୯ରୁ ୨୬ ଯାଏଁ କଂଟେନମେଂଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।


ରାଜ୍ୟର ୧୦୮ ନମ୍ବର କରୋନା ଆକ୍ରାନ୍ତ ଥିଲେ ୭୯ ନମ୍ବର କରୋନା ଆକ୍ରାନ୍ତଙ୍କ ପଡୋଶୀ । ୨୯ ବର୍ଷୀୟ ଯୁବତୀ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୮ ଯାଏଁ ଘରେ ଥିଲେ । ସେ ୧୯ରୁ ୨୬ ଯାଏଁ କଂଟେନମେଂଟ ଜୋନରେ ଥିଲେ । ମାତ୍ର ଏପ୍ରିଲ ୨୬ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।