ସାମ୍ନାକୁ ଆସିଲା ୫୦ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

ଭୁବନେଶ୍ୱର: ରାଜ୍ୟର ୫୦ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।ଭୁବନେଶ୍ୱରର ୟୁନିଟ-୪ ଅଂଚଳର ୨୨ ବର୍ଷିଅ ଯୁବକ ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ବାହାର ରାଜ୍ୟକୁ ଯାଇ ନ ଥିଲେ । ମଧୁସୂଦନ ନଗରସ୍ଥ ନିଜ ଘରେ ଥିଲେ । ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଂଚଳର ବଡ଼ହନ୍ତୁଡାସ୍ଥିତ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସେ ମାର୍ଚ୍ଚ ୨୦ରୁ ଏପ୍ରିଲ ୧୦ ମଧ୍ୟରେ ବିଭିନ୍ନ ସମୟରେ ୟୁନିଟ-୩, ଷ୍ଟେସନ ଛକ, ସତ୍ୟନଗର ଓ ଝାରପଡ଼ାରେ ରହୁଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ ।


ସଂପୃକ୍ତ ଯୁବକଙ୍କ ରକ୍ତ ନମୁନା ଏପ୍ରିଲ ୧୦ରେ ପଜିଟିଭ ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ସେହିଦିନ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।