ଭୁବନେଶ୍ବର: ରାଜ୍ୟ ସରକାର ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି ୫୭ ଜଣ ବାହାର ରାଜ୍ୟରୁ ଫେରିଥିବା ସୂଚନା ମିଳିଛି।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରଦତ ତଥ୍ୟ ଅନୁଯାୟୀ, ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ , ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସୁରତ ସୁରତ ଫେରନ୍ତା। ଅପରପକ୍ଷରେ ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଅନୁଗୁଳର ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ସୂଚନା ଦିଆଯାଇଛି।